fbpx

ଇଂଲଣ୍ଡ ବିପକ୍ଷ ଟି୨୦, ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ସମସ୍ତ ଦଳର ଅଧିନାୟକ, ଅର୍ଶଦୀପଙ୍କୁ ଦିନିକିଆରେ ପ୍ରଥମ ସୁଯୋଗ

ଓଡ଼ିଶା ଭାସ୍କର: ଆଗାମୀ ଇଂଲଣ୍ଡ ବିପକ୍ଷ ସିମିତ ଓଭର ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦିନିକିଆ ଏବଂ ଟି-୨୦ ପାଇଁ ରୋହିତ ଶର୍ମା ଅଧିନାୟକ ରହିବେ । ୭ ଜୁଲାଇରୁ ସିମିତ ଓଭର ସିରିଜ ଆରମ୍ଭ ହୋଇ ୧୭ ପର୍ଯ୍ୟନ୍ତ ଚାଲିବ । ତେବେ ଭାରତୀୟ ଟିମ୍ ପାଇଁ ଖୁସି ଖବର ଏହା କି ଯେ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇ ଦଳ ସହ ସାମିଲ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ଆୟରଲାଣ୍ଡ ଟି-୨୦ ସିରିଜପାଇଁ ଆରମ ଦିଆଯାଇଥିବା ରୋହିତ ଶର୍ମଅ, ବିରାଟ କୋହଲି, ଜସପ୍ରିତ ବୁମ୍ରା ଏବଂ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା।

ତେବେ ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ଖେଳାଳୀ ୭ ଜୁଲାଇରେ ପ୍ରଥମ ଟି-୨୦ ମ୍ୟାଚ୍ କେଳିବେ ନାହିଁ । କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍ରା ଦଳରେ ସାମିଲ ହେବେ। ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫେରିଥିବାବେଳେ ଓପନ ସିରିଜ ପାଇଁ ଓପନର୍ ଶିଖର ଧାୱନଙ୍କୁ ଚୟନ କରାଯାଇଛି। ଦ୍ରୁତ ବୋଲର ଉମ୍ରାନ ମଲିକ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ତେବେ ସେ ଦିନିକିଆ ସିରିଜର ଏକ ଅଂଶ ନୁହଁନ୍ତି। କିନ୍ତୁ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଅର୍ଶଦୀପ ସିଂଙ୍କୁ ଦିନିକିଆ ଟିମ୍‌ରେ ସାମିଲ କରାଯାଇଛି।

ପ୍ରଥମ ଟି୨୦ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ଋତୁରାଜ ଗାଏକ୍ୱାଡ୍, ସଞ୍ଜୁ ସାମ୍‌ସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷୋଇ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ, ଆଭେସ୍ ଖାଁ, ଅର୍ଶଦୀପ ସିଂହ ଓ ଉମ୍ରାନ୍ ମାଲିକ୍।

୨ୟ ଓ ୩ୟ ଟି୨୦ ପାଇଁ ଦଳ ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ) , ଋଷଭ ପନ୍ତୁ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ , ରବି ବିଷୋଇ , ଯଶପ୍ରୀତ ବୁମରା , ଭୁବନେଶ୍ଵର କୁମାର , ହର୍ଷଲ ପଟେଲ , ଆଭେସ୍ ଖାଁ ଓ ଉମ୍ରାନ୍ ମାଲିକ୍।

ଦିନିକିଆ ପାଇଁ ଭାରତୀୟ ଦଳ ରୋହିତ ଶର୍ମା (ଅଧିନାୟକ), ଶିଖର ଧାଵନ, ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ଶ୍ରେୟାସ ଆୟର ଋଷଭ ପନ୍ତ (ୱିକେଟ ରକ୍ଷକ), ହାଦିକ ପାଣ୍ଡା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ , ସାହୁଳ ଠାକୁର , ଅକ୍ଷର ପଟେଲ , ଯଶପ୍ରୀତ ବୁମରା , ପ୍ରସିଦ୍ଧ କ୍ରିଷ୍ଣା , ମହମ୍ମଦ ସାମି , ମହମ୍ମଦ ସିରାଜ ଓ ଅଶଦୀପ ସିଂହ ।

Get real time updates directly on you device, subscribe now.