fbpx

ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ କରିବ ଅକାଳୀ ଦଳ

ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ ବଢ଼ିବାରେ ଲାଗିଛି । ଶୁକ୍ରବାର ଶିରୋମଣୀ ଅକାଳୀ ଦଳ ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିଛି । ଏନଡିଏ ତରଫରୁ ଦ୍ରୌପଦୀ ମୁର୍ମୂଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା ହେବା ପରେ ବିଭିନ୍ନ ଦଳ ତରଫରୁ ଦ୍ରୌପଦୀଙ୍କୁ ସମର୍ଥନ ମିଳିବାରେ ଲାଗିଛି । ସେପଟେ ବିରୋଧୀ ଦଳ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ।

ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ ଦେଉଥିବା ନେଇ ସୂଚନା ଦେବା ସହ ଣିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ କହିଛନ୍ତି ଯେ ଆମେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛୁ । ସେ ଆହୁରି କହିଛନ୍ତି ଯେ ଆମେ କେବେ କଂଗ୍ରେସର ସାଥ୍ ଦେବୁନାହିଁ । କଂଗ୍ରେସ ଶିଖ୍ ସମୁଦାୟଙ୍କୁ ଧୋକା ଦେଇଛନ୍ତି ।

ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୂଙ୍କୁ ବିଜେଡି ଏବଂ ଆନ୍ଧ୍ରପ୍ରଦେଶରୁ ୱାଇଏସଆର ମଧ୍ୟ ସମର୍ଥନ ଦେଇଛନ୍ତି । ନାମାଙ୍କନ ଭରିବା ପରଠାରୁ ଦ୍ରୌପଦୀ ମୁର୍ମୂଙ୍କୁ ବ୍ୟକ୍ତିଗତ ଭାବରେ ବିଭିନ୍ନ ରାଜନୀତିକ ଦଳମାନେ ଯୋଗଯୋଗ କରିବା ଆରମ୍ଭ କରିଦେଇଛନ୍ତି । ଏପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୂଙ୍କୁ ଜନତା ଦଳ(ଏଏସ), ଜନତା ଦଳ(ୟୁ), ଲୋଜପା, ବସପା ମଧ୍ୟ ସମର୍ଥନ କରିସାରିଛନ୍ତି । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ମଧ୍ୟ ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ କରିଛି ।

Get real time updates directly on you device, subscribe now.