ମୁଣ୍ଡୁଳୀ ବ୍ରିଜ ନିକଟରେ ବୁଲେଟ୍ ଠାବ, ବ୍ୟାଙ୍କ କର୍ମଚାରୀ ନିଖୋଜ

କଟକ(ଓଡ଼ିଶା ଭାସ୍କର): ଗତକାଲିଠୁ ମୁଣ୍ଡୁଳି ବ୍ରିଜ ନିକଟରେ ଏକ ବୁଲେଟ୍ ଠାବ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ବଢିବାରେ ଲାଗିଛି। ଏହି ବାଇକଟି ଆଇଡିଏଫସି ବ୍ୟାଙ୍କ୍ କର୍ମଚାରୀ ପ୍ରସନ୍ନଜିତ୍ ମହାନ୍ତିଙ୍କର ବୋଲି ଜଣାଯାଇଛି । ବାଇକ୍ ନଂ ଓଡି-୦୬ ଏ-୩୫୯୮।  ପ୍ରସନ୍ନଜିତ ନିଖୋଜ ଥିବା ଏବଂ ବାଇକ ମିଳିବାକୁ ନେଇ ତାଙ୍କ ପତ୍ନୀ ଶୋଭନା ପଟ୍ଟନାୟକ ଆଠଗଡ଼ ଥାନାରେ ଏକ ଏତଲା ଦେଇଛନ୍ତି ।  ସେ ଦେଇଥିବା ଏତଲା ଅନୁସାରେ ପ୍ରସନ୍ନଜିତ୍ ଜଣେ କଷ୍ଟମରଙ୍କ ଠାରୁ ଫାଇଲ୍ ଆଣିବାକୁ କହି ଅପରାହ୍ନ 4ଟାରେ ଘରୁ ବାହାରିଥିଲେ। ଏହା ପରେ ତାଙ୍କର ମୋବାଇଲ ସନ୍ଧ୍ୟା ୬ଟା ସମୟରେ ସୁଇଚ୍ ଅଫ୍ ହୋଇଯାଇଥିଲା ଏବଂ ଏହା ପରେ ତାଙ୍କ କୌଣସି ଖବର ବିଳମ୍ବିତ ରାତି ପର୍ଯ୍ୟନ୍ତ ମିଳି ନଥିଲା। ସକାଳେ ବ୍ୟଙ୍କ କର୍ମଚାରୀମାନେ ତାଙ୍କୁ ବାଇକ ବାବଦରେ ସୂଚନା ଦେଇଥିଲେ ।

ମୁଣ୍ଡୁଳି ବ୍ରିଜ ନିକଟରେ ପ୍ରସନ୍ନଜିତ୍‌ଙ୍କର ବାଇକ୍ ଥିବା ଷ୍ଟାଫ୍ ଶୋଭନାଙ୍କକୁ ଜଣାଇଥିଲେ । ଏହାପରେ ପ୍ରସନ୍ନଜିତ ମୁଣ୍ଡୁଳିଠାରେ ପହଞ୍ଚି ବାଇକକୁ ଚିହ୍ନଟ କରିଥିଲେ। ଏଥିସହିତ ପ୍ରସନ୍ନଜିତ  ନିଖୋଜ ନେଇ ସେ ଆଠଗଡ଼ ଥାନାରେ ଏତଲା ଦେଇଥିଲେ।  ଖବର ପାଇ ପୋଲିସ ଘଟଣାସ୍ତଳରେ ପହଞ୍ଚିଛି । ପ୍ରସନ୍ନଜିତକୁଆଡ଼େଗଲେଏବଂ ତାଙ୍କ ବାଇକ କେଉଁ ପରିସ୍ଥିତିରେ  ମୁଣ୍ଡୁଳିରେ ମିଳିଲା ତାହା ସନ୍ଦେହ ଭିତରେ ରହିଛି।