fbpx

‘ମୁଁ କହିଥିଲି ମୁଁ ଫେରିବି, ଆଜି ମୁଁ ଏକନାଥ ସିନ୍ଦେଙ୍କ ସହିତ ଫେରିଛି’- ଦେବେନ୍ଦ୍ର ଫଡନାବିସ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ମହାବିକାଶ ଅଘାଡ଼ି ଗଠବନ୍ଧନ ସରକାର ଉପରେ ବଡ଼ ଆକ୍ରମଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ। ବିଧାନସଭାରେ ଭୋଟିଂ ସମୟରେ ବିରୋଧୀ ଇଡି ଇଡି ନାରା ଦେଉଥିବାରୁ ସେ ଏହାକୁ ବିରୋଧ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ, “ହଁ ମହାରାଷ୍ଟ୍ରରେ ଇଡି ସହଯୋଗରେ ସରକାର ଗଠନ ହୋଇଛି। ‘ଇ’ର ମାନେ ଏକନାଥ ସିନ୍ଦେ, ଏବଂ ‘ଡି’ର ମାନେ ଦେବେନ୍ଦ୍ର ଫଡନାବିସ।’

ବିଜେପି ସହିତ ମିଶି ସରକାର ଗଠନ କରିବା ପରେ ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି ଏକନାଥ ସିନ୍ଦେ। ସିନ୍ଦେଙ୍କ ସମର୍ଥନରେ ୧୬୪ ଭୋଟ୍ ପଡିଥିଲା ବେଳେ ତାଙ୍କ ବିରୋଧରେ ୯୯ ଭୋଟ୍ ପଡିଥିଲା। ତେବେ ବହୁମତ ସାବ୍ୟସ୍ତ ସମୟରେ ଗୃହରେ ହଙ୍ଗାମା ହେଉଥିବା ଦେଖିବାକୁ ମିଳିଥିଲା। ଭୋଟିଂ ସମୟରେ ଉଦ୍ଧବ ଗୋଷ୍ଠି ଇଡି-ଇଡି ନାରା ଲଗାଇଥିଲେ। ଏହାକୁ ନେଇ ଦେବେନ୍ଦ୍ର ଫଡନାବିସ ପାଲାଟା ଉତ୍ତର ରଖୀଥିଲେ।

ଏହି ସମୟରେ ଦେବେନ୍ଦ୍ର ଫଡନାବିସ କହିଥିଲେ ଯେ, ମୁ କହିଥିଲି କି ମୁଁ ଫେରିବି ଆଉ ସେ ସମୟରେ କିଛି ଲୋକେ ମୋତେ ପରିହାସ କରିଥିଲେ। ଆଉ ଆଜି ମୁଁ ଏକନାଥ ସିନ୍ଦେଙ୍କ ସହିତ ଫେରିଛି। ତେବେ ମୁଁ ସେହି ଲୋକମାନଙ୍କଠୁ ପ୍ରତିଶୋଧ ନେବି ନାହିଁ ଯେଉଁମାନେ ମୋର ପରିହାସ କରିଥିଲେ।

ଦେବେନ୍ଦ୍ର ଫଡନାଭିସ୍ ଆହୁରି କହିଛନ୍ତି ଯେ ୨୦୧୯ ରେ ତାଙ୍କ ସହଯୋଗୀ ଦଳ ସରକାର ଗଠନ ପାଇଁ ବହୁମତ ପାଇଥିଲେ କିନ୍ତୁ ତାଙ୍କୁ କ୍ଷମତାଠାରୁ ଦୂରରେ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ସହ ଆମେ ପୁନର୍ବାର ଶିବସେନା ସହିତ ସରକାର ଗଠନ କରିଛୁ। ଜଣେ ପ୍ରକୃତ ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ପାର୍ଟି କମାଣ୍ଡର ନିର୍ଦ୍ଦେଶରେ ମୁଁ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛି।

Get real time updates directly on you device, subscribe now.