fbpx

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ, ପୂର୍ବରୁ ନନ୍ଦିଘୋଷରେ ବି….

ପୁରୀ(ଓଡ଼ିଶା ଭାସ୍କର): ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥ ନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ ବେଳେ ଏହା ଜଣାପଡିଛି । ତାଳଧ୍ୱଜର ପଡ଼ିନାହାକା ଚକ ଓ ଦେବଦନଳର ବଡ଼ ଉଛୁଳା ଚକରେ ଫାଟ ଦେଖିବାକୁ ମିଳିଛି । ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ପିଡବ୍ଲୁଡି ସୁପରିଣ୍ଟେଣ୍ଡେଣ୍ଟ ।

ସେହିପରି ରଥ ନିର୍ମାଣବେଳେ ନନ୍ଦିଘୋଷ ଅଖରେ ଫାଟ ଦେଖାଦେଇଥିଲା । ରଥର ପଛ ବ୍ରେକ୍ ଚକର ଅଖରେ ଫାଟ ଥିଲା । ତେବେ ଫାଟ ଦେଖିବା ପରେ ଅଖ ବଦଳାଇବାକୁ ବୈଷୟିକ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ପରେ ନୂଆ ଅଖ ବଦଳାଯାଇଥିଲା । । ଏନେଇ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର ସୂଚନା ଦେଇଥିଲେ ।

ତେବେ ହେରାପଞ୍ଚମୀ ପରଦିନ ଶରଧା ବାଲିରେ ରହିଥିବା ୩ ରଥକୁ ଟଣାଯାଇ ନାକଚଣା ଦୁଆରକୁ ନିଆଯାଇଥାଏ । ତା’ ପୂର୍ବରୁ ୩ ରଥର ଚକକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇଥାଏ । ଆଜି ନିୟମିତ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରଥର ଦକ୍ଷିର ମୋଡ଼ ପୂର୍ବରୁ ଯାଞ୍ଚ କରାଯିବା ପରି ରଥନାକଚଣା ଦୁଆରରେ ପହଞ୍ଚିଲେ ପୁନର୍ବାର ଯାଞ୍ଚ ହେବ । ପୂର୍ତ୍ତ ବିଭାଗ, ବିଶ୍ୱକର୍ମା ମହାରଣା, କମାର ସେବକ ଉପସ୍ଥିତ ରହି ଏହି ଯାଞ୍ଚ କରିବେ । ଆଜି ଯାଞ୍ଚ ବେଳେ ରଥ ଚକର ଯେଉଁ ଅଂଶ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ କରାଯାଇଛି ତାହାକୁ ଆସନ୍ତାକାଲି ମରାମତି କରାଯିବ । ଆସନ୍ତାକାଲି ହେରାପଞ୍ଚମୀ ଥିବା ବେଳେ ତା’ ପରଦିନ ୩ ରଥକୁ ଦକ୍ଷିଣ ମୋଡ କରାଯିବ। ପରମ୍ପରା ଅନୁଯାୟୀ, ପ୍ରଥମେ ଦର୍ପଦଳନ, ପରେ ତାଳଧ୍ୱଜ ଓ ପରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ ।

Get real time updates directly on you device, subscribe now.