fbpx

ଓଡ଼ିଶାରେ ୩ ବର୍ଷ ଭିତରେ ୧୦,୧୨୯ ଦୁଷ୍କର୍ମ ମାମଲା: ଏହି ସହର ଆଗରେ ବୋଲି କହିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚିନ୍ତାଜନକ ଭାବେ ବଢ଼ିଚାଲିଛି ଦୁଷ୍କର୍ମ ମାମଲା । ୨୦୧୯ରୁ ୨୦୨୨ ମଧ୍ୟରେ ସାମ୍ନାକୁ ଆସିଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା । ଏହି ମାମଲାରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଏହି ତଥ୍ୟ ପ୍ରଦାନ କରିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କ କହିବା ମୁତାବକ, ୨୦୧୯ରେ ୨୯୫୦ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୨୦ରେ ୨୯୮୪ ମାମଲା, ୨୦୨୧ରେ ୩୩୨୭ ଓ ୨୦୨୨ରେ ୮୬୮ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।

ଏହି ୩ ବର୍ଷରେ ୫ ହଜାର ୫୮୪ ନାବାଳିକା ଦୁଷ୍କର୍ମ ମାମଲା ଦାୟର ହୋଇଛି । ସେହିପରି ୨୦୧୯ରେ ୧୬୩୫ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୨୦ରେ ୧୬୪୬, ୨୦୨୧ରେ ୧୮୭୧ ଓ ୨୦୨୨ରେ ୪୩୨ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଦୁଷ୍କର୍ମ ମାମଲାରେ ପୁରୀ, ଭୁବନେଶ୍ୱର, ଯାଜପୁର ଆଗରେ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.