fbpx

ସିଡିରୁ ପଡି ହସ୍ପିଟାଲରେ ଭର୍ତ୍ତି ହେଲେ ଲାଲୁ ପ୍ରସାଦ ଯାଦବ,ଭାବବିହ୍ୱଳ ପୋଷ୍ଟ କଲେ ଝିଅ ରୋହିଣୀ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର):ମୋ ହିରୋ ମୋ ବାପା । ମୋ ସାହାରା, ତୁମେ ଖୁବ୍ ଶୀଘ୍ର ଭଲ ହୋଇଯାଅ। ସବୁ ବିପଦ ଓ ସମସ୍ୟାରୁ ତୁମେ ଆଗରୁ ମୁକ୍ତି ପାଇଛନ୍ତି। କୋଟି କୋଟି ଲୋକଙ୍କର ଭଲ ପାଇବାର ଆପଣଙ୍କର ଶକ୍ତି। କିଛି ଏ ଭଳି ଭାବ ବିହ୍ୱଳ ପୋଷ୍ଟ କରିଛନ୍ତି ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଝିଅ। ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠା ଦିବସରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏଭଳି କିଛି ଭାବବିହ୍ୱଳ ପୋଷ୍ଟ୍ କରି ପିତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଏହାସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ଓ ମୀସା ଭାରତୀ ଭିଡିଓ କଲରେ ଲାଲୁଙ୍କୁ ଦେଖିବା ସହ ଉଭୟ ଭାବୁକ ଜଣାପଡୁଛନ୍ତି। ସେହି ଫଟୋରେ ଲାଲୁ ହସ୍ପିଟାଲରେ ଥିବା ଦେଖିବାକୁ ମିଳିଛି,ଲାଲୁ ଖୁବ୍ ଦୁର୍ବଳ ଓ ଅସୁସ୍ଥ ଲାଗୁଛନ୍ତି।

ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଜଔଊ ସଭାପତି ଲାଲୁ ପ୍ରସାଦ ଯାଦବା ଆଉ ଏପଟେ ତାଙ୍କ ଝିଅ କରିଛନ୍ତି ଏପରି କିଛି ଭାବବିହ୍ୱଳ ପୋଷ୍ଟ। ଲାଲୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା କହିଛନ୍ତି ଡକ୍ଟରା ସୂଚନାନୁସାରେ ଲାଲୁ ରବିବାର ଦିନ ସିଡିରୁ ଖସି ପଡିଥିଲୋ ଫଳରେ ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲ।। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡକ୍ଟରଙ୍କ କହିବାନୁସାରେ ଲାଲୁଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛିା କେବଳ କାନ୍ଧ ଫ୍ୟାକଚର ହେବା ନୁହେଁ ଅନେକ ଶାରୀରିକ ସମସ୍ୟା ପାଇଁ ଲାଲୁ ଯାଦବ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତିା ଲାଲୁଙ୍କର କିଡନୀ ଜନିତ ସମସ୍ୟା ମଧ୍ୟ ରହିଛିା

ସୂଚନାନୁସାରେ, ମଙ୍ଗଳବାର ହେଉଛି ଲାଲୁଙ୍କ ଦଳ ଆରଜେଡିର ପ୍ରତିଷ୍ଠା ଦିବସ। ଦଳର କର୍ମୀ ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। କିନ୍ତୁ ଲାଲୁ ହସ୍ପିଟାଲରେ ଅଛନ୍ତି। ତେଣୁ କୌଣସି ସ୍ଥାନରେ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ। ସ୍ଥାପନା ଦିବସରେ କେବଳ ମେମ୍ବରସିପ୍ ଅଭିଯାନ ଚାଲିଛି।

Get real time updates directly on you device, subscribe now.