fbpx

ମୋହନାରେ ଅଘଟଣ: ଶ୍ୱାସରୁଦ୍ଧ ହେବାରୁ ଚାଲିଗଲା ୩ ଜୀବନ

ମୋହନା(ଓଡ଼ିଶା ଭାସ୍କର): ଚାଓମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହେବାରୁ ୩ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ନାରାୟଣ ନଗରରେ ଥିବା ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେହି ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ମୋହନା ମେଡିକାଲର ଡାକ୍ତର ।

ତେବେ ରାତିରେ ଫ୍ୟାକ୍ଟ୍ରିରେ ଶୋଇଥିବା ବେଳେ ଗ୍ୟାସ୍ ଲିକ୍ ହେବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଘଟଣାସ୍ଥଳରେ ମୋହନା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.