fbpx

ଅଲ୍ଟ ନ୍ୟୁଜ୍ ମୁଖ୍ୟ ମହମ୍ମଦ ଜୁବେରଙ୍କୁ ପାଞ୍ଚ ଦିନ ପାଇଁ ସର୍ତ୍ତମୂଳକ ଜାମିନ୍‌

ନୁଆଦିଲ୍ଲୀ: ନୂପୁର ଶର୍ମା ମାମଲାରୁ ଚର୍ଚ୍ଚାକୁ ଆସିଥିବା ଅଲ୍ଟ ନ୍ୟୁଜ୍ ସହ-ସମ୍ପାଦକ ମହମ୍ମଦ ଜୁବେରଙ୍କୁ ଆଜି ସୁପ୍ରିମକୋର୍ଟ ପାଞ୍ଚ ଦିନପାଇଁ ଅନ୍ତରିଣ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ଜୁବେରଙ୍କୁ ପାଞ୍ଚ ଦିନ ଜାମିନ ଏହି ସର୍ତ୍ତରେ ଦେଇଛନ୍ତି ଯେ, ସେ ଏହି ସମ୍ବନ୍ଧିତ ମାମଲା ଉପରେ କୌଣସି ଟ୍ୱିଟ୍ କରିବେ ନାହିଁ। ଏହା ସହିତ ଏହା ସହିତ ଦିଲ୍ଲୀରୁ କୁଆଡ଼େ ବାହାରକୁ ଯିବେ ନାହିଁ।

ଏହ ସହିତ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ପୋଲିସକୁ ମଧ୍ୟ ନୋଟିସ କରି ଜବାବ ମାଗିଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୁରୁବାର ଜୁବେର୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଧାର୍ମିକ ଭାବନାକୁ ଆହତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ନିକଟରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ପିଟିସନରେ ଜୁବେର୍ ଅପିଲ୍ କରିଥିଲେ।

ଜୁବେର୍‌ଙ୍କୁ ଜାମିନ୍ ଦେଇ ସୁପ୍ରିମକୋର୍ଟ ସିଜେଏମ୍ କୋର୍ଟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ତାଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା ପାଇଁ ପ୍ରସ୍ତୁତି ଚଲାଇଥିଲା। ପୋଲିସର ସୂଚନାନୁସାରେ, ଜୁଲାଇ ୧୬ ପର୍ଯ୍ୟନ୍ତ ଜୁବେର୍‌ଙ୍କୁ ରିମାଣ୍ଡରେ ନିଆଯାଇଥିଲା। ଗୁରୁତର ସୁରକ୍ଷା ମଧ୍ୟରେ ଜୁବେରଙ୍କୁ ଗୁରୁବାର ଦିଲ୍ଲୀରୁ ନିଆଯାଇଥିଲା। ଦିଲ୍ଲୀ ପୋଲିସ ଏବଂ ସୀତାପୁର ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲେ।

ଖଇରାବାଦ ପୋଲିସ ଷ୍ଟେସନରେ ସାଧୁମାନଙ୍କୁ ଅପମାନିତ କରିବା ଏବଂ ଧାର୍ମିକ ଭାବନାକୁ ଉତ୍ସାହିତ କରିବା ଏବଂ ହତ୍ୟାକାଣ୍ଡ ଭଳି ଅଭିଯୋଗ ଜୁବେର୍‌ଙ୍କ ବିରୋଧରେ ଲାଗୁ ହୋଇଥିଲା।

Get real time updates directly on you device, subscribe now.