fbpx

ଛେଳି ହତ୍ୟା ଘଟଣାରେ ୩ ଜଣଙ୍କ ନାମରେ ମାମଲା: ଜଣେ ଗିରଫ

ନୂଆଦିଲ୍ଲୀ: ଆପଣମାନେ ମଣିଷ ହତ୍ୟାକାରୀ ବିଷୟରେ ଶୁଣିଥିବେ । କେବେ ପଶୁକୁ ହତ୍ୟା କରି କେହି ଜେଲ ଯିବା କଥା ଶୁଣିଛନ୍ତି କି? ଗୋଟିଏ ଛେଳି ହତ୍ୟା ଘଟଣାରେ ତିନି ଜଣଙ୍କ ନାମରେ ମାମଲା ଦାୟର ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଛେଳିର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ବିହାରର ଭାଗଲପୁରରେ ଏପରି ଏକ ଘଟଣା ଘଟିଛି ।

ଜଣାପଡ଼ିଛି ଯେ, ଭାଗଲପୁର ଅଞ୍ଚଳରେ ଏକ ପ୍ରତିଷ୍ଠିତ ମନ୍ଦିର ରହିଛି । ସେଠାରେ ଥିବା ବାବା ବିଶୁ ରାଉଟ ମନ୍ଦିରରେ ଛେଳିଙ୍କୁ ଅର୍ପଣ କରାଯାଏ, ମାତ୍ର ବଳି ଦିଆଯାଏ ନାହିଁ । ଏକ ଘଟଣାକ୍ରମରେ ଛେଳିକୁ ଠାକୁରଙ୍କୁ ଅର୍ପଣ କରାଯିବା ପରେ ମନ୍ଦିର ପରିସରରେ ଛାଡ଼ି ଦିଆଯାଇଥିଲା । ତେବେ ଏହା ପରେ ଗ୍ରାମର କିଛି ବ୍ୟକ୍ତି ଉକ୍ତ ଛେଳିକୁ ଚେରାଇ ନେଇଥିଲେ ।

ମନ୍ଦିର ପରିସରରୁ ଛେଳି ଚୋରି ଘଟଣା ଗ୍ରାମରେ ବ୍ୟାପି ଯାଇଥିଲା । ଏହାପରେ ଗ୍ରାମବାସୀ ଛେଳିର ତଲାସ କରିଥିଲେ । ପରେ ଜଣେ ଯୁବକଙ୍କ ନିକଟରୁ ଛେଳିକୁ ଉଦ୍ଧାର କରାଯାଇଥିଲା, ମାତ୍ର ସେତେବେଳକୁ ଛେଳିର ମୁଣ୍ଡ କଟା ସରିଥିଲା । ଏହାପରେ ଉକ୍ତ ଯୁବକ ଛେଳିକୁ ହତ୍ୟା କରିଥିବା ସ୍ୱୀକାର କରିବା ସହ ଅନ୍ୟ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲା । ଏହି ଘଟଣାରେ ଗ୍ରାମାବାସୀ ତିନି ଯୁବକଙ୍କ ନାମରେ ମାମଲା ଦାୟର କରିଥିଲେ । ପୋଲିସ ଶବକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା ।

Get real time updates directly on you device, subscribe now.