fbpx

ଅମରନାଥ ନିକଟରେ ବାଦଲଫଟା ବର୍ଷା: ୧୫ ଶ୍ରଦ୍ଧାଳୁଙ୍କ ନେଲା ଜୀବନ, ୩୫ ଜଣ ନିଖୋଜ

ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଅମରନାଥ ନିକଟରେ ଶୁକ୍ରବାର ଅଚାନକ ବାଦଲଫଟା ବର୍ଷା କାରଣରୁ ୧୫ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ୩୫ ଶ୍ରଦ୍ଧାଳୁ ନିଖୋଜ ଥିବା ଅନୁମାନ କରାଯାଉଛି । ଅମରନାଥ ଗୁମ୍ଫାର ନିମ୍ନବର୍ତ୍ତୀ ଇଲାକାରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାରେ ଏହି ଅଘଟଣ ଘଟିଛି । ଉକ୍ତ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ରାଜ୍ୟପାଳ ମନୋଜ ସିହ୍ନା ଘଟଣା ଉପରେ ନଜର ରଖିବା ସହ ଶ୍ରଦ୍ଧାଳୁଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ସଂଯୁକ୍ତ ପୋଲିସ ନିୟନ୍ତ୍ରଣ କକ୍ଷ ପହଲଗାମ ସୂଚନା ଦେଇ କହିଛି କି ଏନ୍‌ଡିଆର୍‌ଏଫ, ଏସ୍‌ଡିଆର୍‌ଏଫ ଓ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ଏବେ ଶ୍ରଦ୍ଧାଳୁଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଗୁମ୍ଫାର ଉଚ୍ଚ ଇଲାକାରେ ପ୍ରବଳ ବର୍ଷା ଯୋଗୁଁ ଗୁମ୍ଫା ତଳେ ଥିବା ଲୋକେ ଏଥିରେ ଶିକାର ହୋଇଥିଲେ । ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ନିୟୋଜିତ ହୋଇଛି । ଏଥିସହ ଏହି ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ସଂପୃକ୍ତ ଇଲାକାରେ ବହୁ ଅସ୍ଥାୟୀ ଟେଣ୍ଡ ହାଉସ୍‌ ଭାସିଯାଇଛି । ଏ ପର୍ଯ୍ୟନ୍ତ କେତେଜଣ ଏହି ଟେଣ୍ଟରେ ଆଶ୍ରୟନେଉଥିଲେ ତାହାର ସଠିକ୍‌ ବିବରଣୀ ମିଳିପାରିନାହିଁ । ତେବେ ଆଇଟିବିପିର ପିଆର୍‌ଓଙ୍କ ସୂଚନାନୁଯାୟୀ ସେଠାରେ ୮୦ରୁ ୧୦୦ଟି ଟେଣ୍ଟ ଲାଗିଥିଲା ଓ ପ୍ରତ୍ୟେକଟି ଟେଣ୍ଟରେ ୪/୬ଜଣ ଶ୍ରଦ୍ଧାଳୁ ଥିଲେ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.