fbpx

ବ୍ୟାଟିଂରେ ଫେଲ, କିନ୍ତୁ ମଇଦାନରେ ମାହୋଲ ଜମାଇଦେଲେ ବିରାଟ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫ୍ଲପ ଶୋ’ ଜାରି ରହିଛି । ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ କୋହଲି । କିନ୍ତୁ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ ନିଜର ଜଲୱା ଦେଖାଇଛନ୍ତି । ବ୍ୟାଟିଂରେ ପ୍ରଶଂସକମାନଙ୍କୁ ନିରାଶ କରିଥିବା ବିରାଟ ନିଜ ଡ୍ୟାନ୍ସରେ ସେମାନଙ୍କୁ ଖୁସ କରି ଦେଇଛନ୍ତି ।

ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୪ଟି ପରିବର୍ତ୍ତନ ସହିତ ମଇଦାନକୁ ଓହ୍ଲାଇଥିଲା । ଏଥିରେ ପୂର୍ବତନ ଅଧିନାୟକଙ୍କୁ ସ୍ଥାନ ଦେଇଥିଲେ ରୋହିତ । ତେବେ ଏହି ମ୍ୟାଚରେ ପୁଣିଥରେ ବିରାଟଙ୍କ ବ୍ୟାଟ ଶାନ୍ତ ରହିଛି । ଯାହା ପାଇଁ ପ୍ରଶଂସକମାନେ ଖୁବ ନିରାଶ ହୋଇଯାଇଥିଲେ । କିନ୍ତୁ ଦ୍ୱିତୀୟ ଇନିଂସରେ ଫିଲ୍ଡିଂ ସମୟରେ ନିଜ ଅନ୍ଦାଜରେ କମବ୍ୟାକ କରିଥିଲେ କୋହଲି । ସୀମାରେଖାରେ ପିଲ୍ଡିଂ କରୁଥିବା ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଅନେକ ଥର ସେ ଭାରତୀୟ ଫ୍ୟାନ୍ସମାନଙ୍କ ସହ କତା ହେଉଥିବାର ଦେଖିବାକୁ ମିଳିଥିଲା ।

ଏହାରି ଭିତରେ ବିରାଟଙ୍କର ଏକ ଭିଡିଓ ଭାଇରାଲ ହେଉଛି । ମଇଦାନରେ ହଠାତ ଡ୍ୟାନ୍ସ କରି ପ୍ରଶଂସକଙ୍କୁ ପୁରୁଣା ବିରାଟ କୋହଲିଙ୍କ କଥା ସେ ମନେ ପକାଇ ଦେଇଛନ୍ତି । ବିରାଟଙ୍କ ଭାଙ୍ଗଡା ଡ୍ୟାନ୍ସ କରୁଥିବାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହୋଇଚାଲିଛି । ତେବେ ବିରାଟ ଏହି ମ୍ୟାଚରେ ଫେଲ ମାରିଥିଲେ ବି ଟିମ ଇଣ୍ଡିଆ କିନ୍ତୁ ଏହି ମ୍ୟାଚ ଜିତିବା ସହିତ ସିରିଜକୁ ନିଜ କବଜାରେ ନେଇଛି ।

Get real time updates directly on you device, subscribe now.