fbpx

ନଦୀ ପାର୍ ବେଳେ ହଠାତ୍ ମାଡି ଆସିଲା ବନ୍ୟାଜଳ, ଟ୍ରାକ୍ଟର ସହ ଭାସିଗଲେ ଯୁବକ, ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ…

AAKASH

ଶାହାପୁର: ହିମାଚଳ ପ୍ରଦେଶରେ ବିଭିନ୍ନ ଜିଲ୍ଲାର ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳର ବର୍ଷା ପାଣିରେ ଉବୁଟୁବୁ ହୋଉଛି। ଚାରିଆଡେ ବନ୍ୟା ଜଳର ଦୃଶ୍ୟ ଦେଖିବାକୁ ମିଳିଛି। ଏଥି ସହିତ ବିଭିନ୍ନ ଅଞ୍ଚଳରେ ଭୂଷ୍ଖଳନ ଘଟିଥିବା ସୂଚନା ମିଳିଛି। ପ୍ରକୃତି କରାଳ ରୂପ ଯୋଗୁର ସ୍ଥାନୀୟ ଲୋକମାନେ ବିଭିଷୀକାର ଶିକାର ହେଉଛନ୍ତି। ଅନେକ ତଳିଆ ଅଞ୍ଚଳଲୋକ ଜଳବନ୍ଦୀରେ ରହିଥିବା ଜଣାପଡିଛି। ଏଥି ମଧ୍ୟରେ ହିମାଚଳ ପ୍ରଦେଶ ଶାହାପୁର ଅଞ୍ଚଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

 

ଜଣେ ଯୁବକ ଟ୍ରାକ୍ଟର ଡାଲା ସହିତ ଚାମ୍ବି ଖାଡ ନଦୀ ପାର୍ କରୁଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିଥିଲା। ଚାଳକ ଜଣକ କିଛି ବୁଝିବା ପୂବରୁ ପାଣିର ପ୍ରଖର ସ୍ରୋତରେ ଟ୍ରାକ୍ଟରଟି ଓଲଟିପଡିଥିଲ। ସେଠାରେ ଯୁବକ ଜଣ ନଦୀର ସ୍ରୋତରୁ ବଞ୍ଚିବା ପାଇଁ ସଂଘର୍ଷ କରିଥିଲେ। ଟ୍ରାକ୍ଟର ଉପରକୁ ଚଢ଼ି ଯାଇ କିଛି ଅଂଶକୁ ଜାବୁଡି ରଖୁଛନ୍ତି। ଏହାକୁ କିଛି ସ୍ଥାନୀୟଲୋକ ଦେଖିବା ପାଇଥିଲେ। ପରେ ବନ୍ୟାଜଳରୁ ଉଦ୍ଧାର କରିବା ସଫଳ ହୋଥିଲେ। ତେବେ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Get real time updates directly on you device, subscribe now.