ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବଢ଼ୁଥିବା ବେଳେ ସାଧାରଣଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଆପଣଙ୍କ ପାଖରେ ବର୍ଷକୁ ୩ଟି ଗ୍ୟାସ୍ ସିଲିଣ୍ଡର ପାଇବାର ସୁଯୋଗ ରହିଛି । ତେବେ ସରକାର ସରକାର ଗରିବ ଲୋକଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଥମେ ମାଗଣା ରାସନ ଏବଂ ଏବେ ରାସନକାର୍ଡଧାରଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଲୋକଙ୍କୁ ବହୁ ପରିମାଣରେ ଆରାମ ମିଳିବ । ତେବେ ଏହାର ଲାଭ କିପରି ଉଠାଇବେ, ଆସନ୍ତୁ ଜାଣିବା…
ଯଦି ଆପଣ ମଧ୍ୟ ଅନ୍ତୋଦୟ କାର୍ଡ ହିତାଧିକାରୀ, ତେବେ ଆପଣ ଏହି ଯୋଜନାର ଲାଭ ଉଠାଇପାରିବେ । ଏବେ ସରକାରଙ୍କ ପକ୍ଷରୁ ଆପଣଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ।
ପୁଷ୍କର ସିଂ ଧାମି ସରକାର ଦେଇଥିବା ସୂଚନା ଅନୁଯାୟୀ, ରାସନ କାର୍ଡଧାରୀଙ୍କୁ ବାର୍ଷିକ ତିନିଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ । ଯଦିଓ ଏପରି କରିବା ଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିବ, କିନ୍ତୁ ସାଧାରଣ ଲୋକ ଲାଭ ପାଇବେ ।
ଜାଣନ୍ତୁ ଏହି ଯୋଜନାର ଲାଭ କିଏ ପାଇବ?
– ସରକାରଙ୍କ ମାଗଣା ତିନୋଟି ଗ୍ୟାସ ସିଲିଣ୍ଡରର ଲାଭ ପାଇଁ କିଛି ସର୍ତ୍ତ ପୂରଣ କରିବା ବାଧ୍ୟତାମୂଳକ ।
– ହିତାଧିକାରୀମାନେ ଉତ୍ତରପ୍ରଦେଶର ବାସିନ୍ଦା ହେବା ବାଧ୍ୟତାମୂଳକ ।
– ଏଥିପାଇଁ ଅନ୍ତୋଦୟ ରାସନ କାର୍ଡଧାରୀମାନଙ୍କୁ ଗ୍ୟାସ କନେକ୍ସନ କାର୍ଡ ସହିତ ଲିଙ୍କ କରିବା ଜରୁରୀ ।