fbpx

ଇଲେକ୍ଟ୍ରିକ ରାଜପଥ ନିର୍ମାଣ ପାଇଁ ହେଉଛି ଯୋଜନା: ଦିଲ୍ଲୀ-ମୁମ୍ବାଇରେ ଟ୍ରଲିବସ ଭଳି ଚାଲିବ ଟ୍ରଲିଟ୍ରକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦିଲ୍ଲୀ-ମୁମ୍ବାଇରେ ଇଲେକ୍ଟ୍ରିକ ରାଜପଥ ନିର୍ମାଣ କରିବା ନେଇ ଯୋଜନା କରୁଥିବା ପ୍ରକାଶ ପାଇଛି । ତେବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଗତ ସୋମବାର ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରେ ହାଇଡ୍ରୋଲିକ ଟ୍ରେଲର ମାଲିକ ସଂଘ ତରଫରୁ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ରାଜପଥ ମନ୍ତ୍ରୀ ଯୋଗ ଦେଇ ଏହି ଇଲେକ୍ଟ୍ରିକ ରାଜପଥର ନିର୍ମାଣ ସମ୍ପର୍କରେ ସୂଚନା ଦେଇଥିଲେ ।

ସାଧାରଣତଃ ଇଲେକ୍ଟ୍ରିକ ରାଜପଥ ଏପରି ଏକ ସଡ଼କ ଯେଉଁ ସଡ଼କ ଉପରେ ଚାଲୁଥିବା ଯାନ ଗୁଡ଼ିକୁ ବିଦ୍ୟୁତ ଯୋଗାଣ କରାଯାଇଥାଏ । ରାସ୍ତାରେ ଲଗାଯାଇଥିବା ତାର ମାଧ୍ୟମରେ ଯାନଗୁଡ଼ିକୁ ବିଦ୍ୟୁତ ସଂଯୋଗ କରାଯାଇଥାଏ । ଗଡ଼କରୀଙ୍କ ସୂଚନା ଅନୁସାରେ ଏହି ରାଜପଥରେ ଟ୍ରଲିବସ ଭଳି ଟ୍ରଲିଟ୍ରକ ମଧ୍ୟ ଯାତାୟାତ କରିପାରିବ । ସୂଚନାଥାଉ କି, ଟ୍ରଲିବସ ହେଉଛି ଏକ ଇଲେକ୍ଟ୍ରିକ ବସ ଯାହା ରାସ୍ତା ଉପରେ ଥିବା ବିଦ୍ୟୁତ ତାରରୁ ବିଦ୍ୟୁତ ସଂଯୋଗ ମାଧ୍ୟମରେ ଯାତାୟାତ ହୋଇଥାଏ ।

ନିତିନ ଗଡ଼କରୀଙ୍କ ସୂଚନା ଅନୁସାରେ ମନ୍ତ୍ରାଳୟର ସମସ୍ତ ଜିଲ୍ଲାକୁ ୪ଟି ଲେନ ସଡ଼କ ଦ୍ୱାରା ସଂଯୋଗ କରାଯିବ । ଏହା ସହ ୨.୫ଲକ୍ଷ କୋଟି ଟଙ୍କା ବ୍ୟୟରେ ଏକ ସୁଡ଼ଙ୍ଗ ମଧ୍ୟ ନିର୍ମାଣ କରାଯାଉଥିବା ସୂଚନା ମିଳିଛି । ସେହିପରି ସମସ୍ତ ସେବାଗୁଡ଼ିକୁ ଡିଜିଟାଲ କରିବାର ଯୋଜନା ହେଉଥିବା ବେଳେ ଏହି ଯୋଜନା ଦ୍ୱାରା ସଡ଼କ ଦୁର୍ଘଟଣାକୁ କମ କରାଯାଇ ପାରିବ । ଏହି ଯାନକୁ ଚଳାଇବା ପାଇଁ ଦକ୍ଷ ଡ୍ରଇଭରମାନଙ୍କୁ ନିଯୁକ୍ତ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ବଢୁଥିବା ପ୍ରଦୁଷଣକୁ ଏହି ଯୋଜନା ଦ୍ୱାରା ଅନେକାଂଶରେ କମା ଯାଇପାରିବ ।

Get real time updates directly on you device, subscribe now.