fbpx

ହୋମୱର୍କ ନକଲେ ଏମିତି ଦଣ୍ଡ: ୫ ବର୍ଷୀୟ ଶିଶୁକୁ ମାତ୍ର ୩୦ ସେକେଣ୍ଡରେ ୧୦ ଚାପୁଡ଼ା ମାରିଲେ ଶିକ୍ଷକ, ଦେଖନ୍ତୁ Video

ନୂଆଦିଲ୍ଲୀ: ହୋମୱର୍କ ନ କଲେ କ’ଣ ଏପରି ଦଣ୍ଡ ମିଳେ । ଏଇ ସାମାନ୍ୟ ଦୋଷ ପାଇଁ ଏକ ୫ ବର୍ଷୀୟ ଶିଶୁଙ୍କୁ ମହିଳା ଶିକ୍ଷକ ଯେଉଁ ଦଣ୍ଡ ଦେଇଛନ୍ତି ତାହା ଶୁଣିଲେ ଯେ କେହି ବି ନିନ୍ଦା କରିବ । ଉତ୍ତରପ୍ରଦେଶର ଓସୋହା ବ୍ଲକର ଇସଲାମନଗର ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଶିକ୍ଷକ ଜଣଙ୍କ ମାତ୍ର ୩୦ ସେକେଣ୍ଡରେ ଶିଶୁଟିକୁ ୧୦ ଚାପୁଡ଼ା ମାରିଥିବା ଭିଡିଓରେ ଦେଖାଯାଉଛି ।

ତେବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତେ ହତବାକ ହୋଇଯାଇଛନ୍ତି । ଗୋଟିଏ ଛୋଟ ଶିଶୁଙ୍କୁ ଏତେ କଷ୍ଟ ଦେବା ଅନୁଚିତ ଥିଲା ବୋଲି ସମସ୍ତେ କହୁଛନ୍ତି । ଗତ ୯ ତାରିଖରେ ଇସଲାମ ନଗରରେ ରହୁଥିବା ରମେଶ କୁମାରଙ୍କ ଝିଅ ସ୍କୁଲକୁ ଯାଇଥିଲା । ତେବେ କୌଣସି କାରଣରୁ ପିଲାଟି ହେମୱର୍କ କରିପାରିନଥିଲା । ଏହା ଜାଣିବା ପରେ ଶିକ୍ଷକଙ୍କର ରାଗ ସୀମା ପାର କରିଯାଇଥିଲା । ସେ ଶିଶୁଟିକୁ ପ୍ରବଳ ପିଟି ଚାଲିଥିଲେ ।

ତେବେ ଶିକ୍ଷକ ଜଣଙ୍କ ଶିଶୁଟିକୁ ପିଟୁଥିବା ବେଳେ କେହି ଜଣେ ଏହାର ଭିଡିଓ ରେକର୍ଡ କରିନେଇଥିଲା ଓ ପରେ ତାହା ଭାଇରାଲ ହୋଇଯାଇଥିଲା । ଏହି ମାଡ଼ରେ ଶିଶୁଟିର ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା । ପରେ ଅଭିଭାବକ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ ମହିଳା ଜଣଙ୍କ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ଭବିଷ୍ୟତରେ ଏପରି ଭୁଲ୍ କରିବେ ନାହିଁ ବୋଲି କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.