fbpx

ସୁଟିଂ ବିଶ୍ୱକପ୍‌: ପଦକ ତାଲିକା ଶୀର୍ଷରେ ଭାରତ, ପଛରେ ପଡିଲେ କୋରିଆ ଓ ସର୍ବିୟା

ଚାଙ୍ଗୱନ: ଭାରତୀୟ ସୁଟର ମାନେ ଦମଦାର ପ୍ରଦର୍ଶନ ସହିତ ବିଜୟ ଧାରା ଜାରି ରଖିଛନ୍ତି। ଏଠାରେ ଚାଲିଥିବା ଆଇଏସଏସଏଫ ସୁଟିଂ ବିଶ୍ୱକପରେ ୩ ସ୍ୱର୍ଣ୍ଣ,୪ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ସଫଳତା ସହିତ କୋରିଆ ଓ ସର୍ବିୟାକୁ ପଛରେ ପକାଇ ଭାରତ ପଦକ ତାଲିକାର ପ୍ରଥମ ସ୍ଥାନରେ ରହିଛି । ଗୁରୁବାର ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ଟିମ ଇଭେଣ୍ଟ ଫାଇନାଲରେ ଅର୍ଜୁନ ବାବୁତା, ସାହୁ ତୁଷାର ମାନେ ଓ ପାର୍ଥ ମୁଖାର୍ଜି ପ୍ରତି କ୍ଷ କୋରିଆ ଟିମକୁ ୧୭- ୧୫ ପଏଣ୍ଟରେ ପରାସ୍ତ କରି ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି ।

ଚଳିତ ବିଶ୍ୱକପରେ ଅର୍ଜୁନ ବାବୁତା ଓ ଶାହୁଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ । ସେହି ରି ଭାରତୀୟ ମହିଳା ଏଲାଭେନିଲ ଭାଲାଭିରନ, ମେହୁଲି ଘୋଷ ଓ ରମିତା ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ ଫାଇନାଲରେ ଘରୋଇ କୋରିଆ ଟିମ ଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟ ପକ୍ଷରେ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ ଇଭେଣ୍ଟ ଫାଇନାଲରେ ଭାରତୀୟ ଦଳ ଅଭିଜ୍ଞ ଇଟାଲୀ ଠାରୁ ୧୫-୧୭ରେ ପରାଜୟ ସହିତ ରୌପ୍ୟ ପଦକ ପାଇଥିବା ବେଳେ ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ ଇଭେଣ୍ଟଫାଇନାଲରେ ମଧ୍ୟ କୋରିଆ ଠାରୁ ହାରି ଯାଇଥିଲେ ।

Get real time updates directly on you device, subscribe now.