fbpx

ରକ୍ଷକ ସାଜିଲା ଭକ୍ଷକ, ବର୍ଦ୍ଦିରେ ଲାଗିଲା କଳଙ୍କ ଛିଟା: ଯୁବତୀଙ୍କୁ ଦୁଷ୍କର୍ମ ଜେଲ୍‌ ଗଲେ ପୋଲିସ ଡ୍ରାଇଭର

ସୋନପୁର (ଭାସ୍କର ନ୍ୟୁଜ୍‌): ନ୍ୟାୟ ଦେବା ଲୋକ ଯଦି ନିଜେ ଅନ୍ୟାୟ ଓ ଅନୀତିରେ ଲିପ୍ତ ରହେ ତେବେ ନ୍ୟାୟ ଆଶା କରିବା କେବଳ ଯେ ବୃଥା ଏହା ନିଶ୍ଚିତ ଭାବେ କୁହାଯାଇପାରେ । ଲୋକଙ୍କୁ ସୁରକ୍ଷା ଦେବାକୁ ନିଯୁକ୍ତ ପୋଲିସ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ଜଡ଼ିତ । ଏପରି ଏକ ଅଭିଯୋଗରେ ଜଣେ ପୋଲିସ ଡ୍ରାଇଭରକୁ ଜେଲ୍‌ ଯିବାକୁ ପଡ଼ିଛି ।

ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମ୍‌ଟି ଡ୍ରାଇଭର ରଞ୍ଜିତ ପ୍ରଧାନ ଜୈନକ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏ ନେଇ ଯୁବତୀ ଜଣକ ସୁବଳୟା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରଞ୍ଜିତକୁ ସୋନପୁରରୁ ଗିରଫ କରିବା ସହ ଜେଲ ହାଜତକୁ ପଠାଇ ଦେଇଛି । ପୂର୍ବରୁ ମଧ୍ୟ ରଞ୍ଜିତ ନବରଙ୍ଗପୁରରେ ଏକ ଅପକର୍ମରେ ଲିପ୍ତ ଥିବା ବେଳେ ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରିବା ସହ ତାଙ୍କୁ ବଦଳି କରିଦେଇଥିଲେ । ତଥାପି ତାଙ୍କ ଚରିତ୍ରରେ ପରିବର୍ତ୍ତନ ଘଟିଲା ନାହିଁ । ସେ ପୁଣି ଥରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆସିବା ଉକ୍ତ ଡ୍ରାଇଭରଙ୍କ ବିରୋଧରେ କଡ଼ାକାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହି ଗିରଫ କରାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯିବ ପରେ ବିଚାରବିଭାଗୀୟ ହାଜକୁ ପଠାଇଦିଆଯାଇଛି।

Get real time updates directly on you device, subscribe now.