fbpx

ଢେଙ୍କାନାଳ: ପରକୀୟା ପ୍ରୀତି ହେଲା କାଳ, ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ

ଢେଙ୍କାନାଳ: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ବିବତ୍ସ ହତ୍ୟା କଲା ସ୍ୱମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀର ହତ୍ୟା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି କଟାମୁଣ୍ଡ ଧରି ୧୨ କିମି ଚାଲିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳର ଗଂଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଗାଁରେ।

କଟୁରୀରେ ସ୍ତ୍ରୀ ର ମୁଣ୍ଡ କାଟି ନିର୍ମମ ହତ୍ୟା କରିଛିପିଶାଚ ସ୍ୱାମୀ। ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀ ଶୁଚଳା ମାଝିକୁ ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି। ମୁଣ୍ଡ କାଟିବା ପରେ ଚନ୍ଦ୍ରଶେଖରପୁର ନିକଟରୁ ମୁଣ୍ଡ କାଟିବା ପରେ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସୁଥିବା ବେଳେ ଜଙ୍ଖିରା ନିକଟରେ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା। ପରେ ଗଂଦିଆ ଥାନା ପୋଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ଶାଚ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।

 

 

Get real time updates directly on you device, subscribe now.