fbpx

Reliance Jio ଲଞ୍ଚ କଲା ନୂଆ ଫିଚର: ଏଣିକି ଆପଣମାନେ ସାଙ୍ଗ ଓ ପରିବାର ଗହଣରେ ଟିଭି ଶୋ, ଲାଇଭ ଚାନେଲ, ମ୍ୟାଚ, ଫିଲ୍ମର ମଜା ଉଠାଇପାରିବେ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ତା’ର ଗ୍ରାହକଙ୍କ ପାଇଁ ଏକ ଶାନଦାର ଗିଫ୍ଟ ଆଣିଦେଇଛି । ଏଣିକି ଆପଣମାନେ ଜିଓ ଟିଭରେ ଅନେକ ପପୁଲାର ଟିଭି ଶୋ, ଲାଇଭ୍ ଚାନେଲ୍ସ, ମ୍ୟାଚ, ମୁଭିର ମଜା ଉଠାଇପାରିବେ । ତେବେ ଏଥିପାଇଁ ଆପଣଙ୍କ ପକେଟରୁ କିଛି ବି ଅର୍ଥ ବର୍ବାଦ ହେବ ନାହିଁ । ଜିଓର ଏହି ଘୋଷଣା ପରେ ଏବେ ଗ୍ରାହକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଜିଓ ଟିଭି ଆପ ଆଣ୍ଡ୍ରଏଡ ଓ ଆଇଓଏସ ଦୁଇଟି ଯାକ ପ୍ଲାଟଫର୍ମରେ ଉପଲବ୍ଧ ହୋଇଥାଏ । ନିକଟରେ କମ୍ପାନୀ ଜିଓ ଟିଭିରେ କିଛି ନୂଆ ଫିଚର ଯୋଡ଼ିଛି । ଯଦି ଆପଣ ନିଜର ବନ୍ଧୁମାନଙ୍କ ସହିତ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି, ତେବେ ଏହି ଫିଚର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । କମ୍ପାନୀ ଏହି ଆପରେ ଜିଓ ୱାଚ ପାର୍ଟି ନାମକ ଏକ ଫଙ୍କସନ ଯୋଡ଼ିଛି । ଏହି ଫିଚରର ଫାଇଦା ଆପଣ ନିଜର ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହିତ ମିଶି କଣ୍ଟେଣ୍ଟ ଦେଖି ପାରିବେ ।

ୱାଚ ପାର୍ଟି ଫିଚରକୁ ଧୀରେଧୀରେ ୟୁଜର୍ସଙ୍କ ପାଇଁ ରୋଲଆଉଟ୍ କରଯାଉଛି । ବର୍ତ୍ତମାନ ପାଇଁ ଆପଣମାନେ ଏଥିରେ କେବଳ କ୍ରିକେଟ ଦେଖିପାରିବେ । ଆପଣ ଯେତେବେଳେ ଜିଓ ଟିଭିରେ କ୍ରିକେଟ ଦେଖିବା ଆରମ୍ଭ କରିବେ ଆପଣଙ୍କୁ ‘ୱାଚ ପାର୍ଟି’ର ଏକ ଅପ୍ସନ ଦେଖାଦେବ । ଉକ୍ତ ଅପ୍ସନରେ କ୍ଲିକ କରି ଆପଣ ପାର୍ଟି ଆରମ୍ଭ କରିପାରିବେ । ଆପଣ ନିଜର ୱାଚ ପାର୍ଟି କ୍ରିଏଟ କରିପାରିବେ ଓ ଅନ୍ୟମାନଙ୍କୁ ଏହି ପାର୍ଟିରେ ସାମିଲ ମଧ୍ୟ କରିପାରିବେ । ଆସନ୍ତା ୧୭ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ମ୍ୟାଚ ଅବସରରେ ଆପଣ ଏହି ଫିଚରକୁ ଟ୍ରାଏ କରିପାରିବେ ।

Get real time updates directly on you device, subscribe now.