ସୁବ୍ରତ ରୟଙ୍କୁ ମିଳିଲା ସୁପ୍ରିମ୍‌କୋର୍ଟରୁ ଆଶ୍ୱସ୍ତି, ଖାରଜ ହେଲା ପାଟନା ହାଇକୋର୍ଟରେ ହାଜର ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସାହାରା ଗ୍ରୁପ୍‌ ପ୍ରମୁଖ ସୁବ୍ରତ ରୟଙ୍କୁ ଆଶ୍ୱସ୍ତ ଦେଇଛନ୍ତି । ପାଟନା ହାଇକୋର୍ଟରେ ହାଜର ହେବା ପାଇଁ ଦେଇଥିବା  ନିର୍ଦ୍ଦେଶକୁ  ସୁପ୍ରିମ୍‌କୋର୍ଟ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର ଓ ବିଚାରପତି ଜେବି ପାରଦୀବାଲାଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି କି ସଂପ୍ରତି ଏହି ମାମଲାରେ ପାଟନା ଉଚ୍ଚ ନ୍ୟାୟାଳୟ ଅଗ୍ରୀମ ଜାମିନ ଆବେଦନକୁ ଗଡ଼ାଇ ଚାଲିବା ସହ ତୃତୀୟ ପକ୍ଷକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରିବା ଅନସ୍ୱୀକାର୍ଯ୍ୟ ।

ପାଟନା ହାଇକୋର୍ଟଙ୍କ ଫେବୃୟାରୀ ୧୧ ଓ ଏପ୍ରିଲ୍‌ ୨୭ରେ ଦିଆଯାଇଥିବା ଆଦେଶକୁ ସୁପ୍ରିମକେର୍ଟ ରଦ୍ଦ କରିଦେଇଛନ୍ତି ।