ମର୍ଣ୍ଣିଂ ୱାର୍କ ସମୟରେ ବ୍ୟବହାର କରୁଛନ୍ତି କି ମୋବାଇଲ ? ଜାଣନ୍ତୁ ଏହାର ୪ଟି ସମସ୍ୟା ବିଷୟରେ…

ମୋବାଇଲ୍ ଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ଆଜିକାଲି ଆମେ ଏହା ବିନା ନିଜ ଜୀବନକୁ କଳ୍ପନା ମଧ୍ୟ କରିପାରିବୁ ନାହିଁ । କିନ୍ତୁ ଲଗାତାର ଏହାର ବ୍ୟବହାର ଦ୍ୱାରା ଏହା ଏକ ନିଶାରେ ପରିଣତ ହୁଏ, କାରଣ ପ୍ରାୟତଃ କିଛି ଲୋକଙ୍କୁ ଅନାବଶ୍ୟକ ଭାବରେ ବାରମ୍ବାର ନୋଟିଫିକେସନ ଚେକ୍ କରିବାର ରୋଗ ହୋଇଯାଏ । କିନ୍ତୁ ଏପରି କରିବାର କ୍ଷତି ହୋବର ସମ୍ଭାବନା ରହିଛି ।

ମୋବାଇଲ୍ ଫୋନର ନିଶା ଆମ ଉପରେ ଏପରି ଭାବେ ପ୍ରଭାବ ପକାଇଛି କି, ଆମେ ମର୍ଣ୍ଣିଂ ୱାକ୍ ସମୟରେ ବି ଏହାକୁ ବ୍ୟବହାର କରିବାରେ ପଛାଉନୁ । କିନ୍ତୁ ସକାଳେ ଚାଲିବା ସମୟରେ ଏପରି କରିବା କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ସକାଳ ଚାଲିବା ସମୟରେ ମୋବାଇଲ୍ କାହିଁକି ବ୍ୟବହାର କରାଯିବା ଉଚିତ୍ ନୁହେଁ …

-ସକାଳେ ଚାଲିବା ସମୟରେ, ଆମର ଧ୍ୟାନ ଅଣ୍ଟାକୁ ସିଧା କରି ଚାଲିବା ଉପରେ ରହିବା ଉଚିତ । କିନ୍ତୁ ମୋବାଇଲ୍ ବ୍ୟବହାର କରିବାବେଳେ ଆମକୁ ଅଜାଣତରେ ଟିକେ ବଙ୍କା ହେବାକୁ ପଡିବ, ଯାହା ମେରୁଦଣ୍ଡକୁ ପ୍ରଭାବିତ କରିଥାଏ ଏବଂ ଶରୀରର ସ୍ଥିତିକୁ ମଧ୍ୟ ଖରାପ କରିଥାଏ ।

-ସକାଳ ଚାଲିବା ସମୟରେ, ଯଦି ଆମେ ବାରମ୍ବାର ମୋବାଇଲ୍ ଫୋନ୍ ନୋଟିଫିକେସନ ଦେଖୁ, ତେବେ ଆମ ଶରୀରର ସ୍ଥିତି ଖରାପ ହୋଇଯାଏ । ଯାହା ପରେ ଏହା ପିଠି ଯନ୍ତ୍ରଣାରେ ପରିଣତ ହେବ । ତେଣୁ ମୋବାଇଲ୍ ଫୋନ୍ ପକେଟରେ ରଖି ଚାଲିବା ଭଲ ।

-ଯେତେବେଳେ ଆମେ ଚାଲୁ,ସେବେ ଆମକୁ ଦୁଇ ହାତକୁ ଉପରକୁ ଏବଂ ତଳକୁ କରିବାକୁ ପଡିଥାଏ । ଏପରି କରିବା ଦ୍ୱାରା ଆମ ହାତର ମାଂସପେଶୀର ବ୍ୟାୟାମ ହୋଇଥାଏ । କିନ୍ତୁ ଯେତେବେଳେ ଆମେ ଗୋଟିଏ ହାତରେ ମୋବାଇଲ ଚଲାଉ ଓ ଅନ୍ୟ ହାତକୁ ଉପର-ତଳ କରୁ ସେତେବେଳେ ମାଂସପେଶୀର ସନ୍ତୁଳନ ଖରାପ ହୋଇଯାଏ । ଯାହା ଫଳରେ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ ।

– ମର୍ଣ୍ଣିଂ ୱାକରେ ଆମର ସମ୍ପୂର୍ଣ୍ଣ ଧ୍ୟାନ ବ୍ୟାୟାମ ଉପରେ ରହିବା ଉଚିତ୍, କିନ୍ତୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାବେଳେ ଆମର ଧ୍ୟାନ ଓ ଏକାଗ୍ରତା ନଷ୍ଟ ହେବାକୁ ଲାଗେ । ଯଦି ଆପଣ ଏହି କାର୍ଯ୍ୟକୁ ସ-ହୃଦୟରେ କରନ୍ତି, ତେବେ ଆପଣ କୌଣସି ବି ବ୍ୟାୟାମର ସମ୍ପୂର୍ଣ୍ଣ ଲାଭ ପାଇବେ ।