ଭୋପାଳ: ମଧ୍ୟ ପ୍ରଦେଶ ମ୍ୟୁନିସିପାଲଟୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅଗ୍ରଣୀ ହାସଲ କରିଥିବା ବେଳେ କଂଗ୍ରେସ ସ୍ଥିତିରେ ସୁଧାର ଦେଖିବାକୁ ମିଳିଛି। ଏହା ମଧ୍ୟରେ ସିଙ୍ଗରୋଲୀରେ ଆମ୍ ଆଦମୀ ପାର୍ଟି ଧମାକାଦାର ଏଣ୍ଟ୍ରି କରିଛି। ସିଙ୍ଗରୋଲୀରେ ଆପ୍ ବିଜେପି ଏବଂ କଂଗ୍ରେସକୁ ଜୋରଦାର ଝଟକା ଦେଇ ୨୧ ଓ୍ଵାର୍ଡରେ ଅଗ୍ରଣୀ ହାସଲ କରିଛି। ଏଠାରେ ବିଜେପି ଦ୍ଵିତୀୟ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି।
ସିଙ୍ଗରୋଲୀର ୪୫ ଓ୍ଵାର୍ଡର ଭୋଟ୍ ଗଣତିର ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ ବିଜେପି ନଅଟି ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬ଟିରେ ଆଗୁଆ ରହିଛି। ଆମ୍ ଆଦମୀ ପାର୍ଟି ସମସ୍ତଙ୍କୁ ଚକିତ କରି ପ୍ରାୟ ୨୧ଟି ସିଟରେ ଅଗ୍ରଣୀ ସିଟରେ ହାସଲ କରିଛି। ଏପରିକି ମେୟର ପଦରେ ମଧ୍ୟ ଆପ୍ ପ୍ରାର୍ଥୀ ପ୍ରତ୍ୟାଶୀ ରାଣୀ ଅଗ୍ରଓ୍ଵାଲ ଲଗାତାର ଆଗୁଆ ଅଛନ୍ତି। ତେବେ ଆପର ଅଭ୍ୟୁଦୟ ସଭିଙ୍କୁ ବିସ୍ମିତ କରିଛି।
ମ୍ୟୁନିସିପାଲଟୀ ନିର୍ବାଚନରେ ମୋଟାମୋଟି ବିଜେପି ଆଗରେ ରହିଛି। କଂଗ୍ରେସ ନିଜ ପ୍ରଦର୍ଶନରେ ସୁଧାର କରିଛି। ଗତ ନିର୍ବାଚନରେ ଏଠାରେ ବିଜେପି ସମସ୍ତ ୧୬ ମ୍ୟୁନିସିପାଲଟୀର ମେୟର ପଦ ଜିତିଥିଲା। ଏଥର ମଧ୍ୟ ଦଳ କଂଗ୍ରେସଠୁ ଆଗରେ ରହିଛି। ଆଜି ରାଜ୍ୟର ୧୧ ମ୍ୟୁନିସିପାଲଟୀର ଫଳାଫଳ ଘୋଷଣା କରାଯିବ। ମଧ୍ୟ ପ୍ରଦେଶରେ ବିଜେପି ଏବଂ ଇନ୍ଦୋର ମ୍ୟୁନିସିପାଲଟୀ ସହିତ ପ୍ରଥମ ପର୍ୟ୍ୟାୟରେ ୪୪ ଜିଲ୍ଲାର ୧୩୩ ନଗର ନିଗମ ନିର୍ବାଚନର ଭୋଟ୍ ଗଣତି ସକାଳ ୯ଟାରୁ ଆରମ୍ଭ ହୋଇଛି।