fbpx
BSKY
BJD MC SKY
BJD MS SKY

କାହିଁକି ଆଜିର ଦିନରେ ପାଳନ ହୁଏ ବିଶ୍ୱ ଇମୋଜି ଡେ’? ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଜୁଲାଇ ୧୭ ତାରିଖକୁ ପ୍ରତିବର୍ଷ ବିଶ୍ୱ ଇମୋଜୀ ଦିବସ ଭାବେ ପାଳନ କରାଯାଏ । ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆରେ ଚାଟିଂକୁ ମଜାଦାର କରି ଦେଇଥାଏ ଏହି ଇମୋଜୀ । ଆଜି ଦୁନିଆରେ ନିଜ କଥା କହିବା ପାଇଁ ଶବ୍ଦ ତୁଳନାରେ ଅଧିକ ଇମୋଜୀ ବ୍ୟବହାର କରାଯାଉଛି । ଏକ ସର୍ଭେରୁ ଏହା ଜଣାଯାଇଛି ଯେ, ପ୍ରତିଦିନ ୭ ଆରବରୁ ଅଧିକ ଥର ଇମୋଜୀକୁ ବ୍ୟବହାର କରାଯାଇଥାଏ । ୟୁନିକୋଡ ଷ୍ଟାଣ୍ଡାର୍ଡରେ ପ୍ରାୟ ୩ ହଜାରରୁ ଅଧିକ ଇମୋଜୀ ରହିଥାଏ । ଜେଣ୍ଡର, ସ୍କିନ ଟୋନ, ଫ୍ଲାଗ ଏବଂ କି-କ୍ୟାପ ସମେତ ବିଭିନ୍ନ ପ୍ରକାରର ଇମୋଜୀ ସାମିଲ ରହିଛି ।

World Emoji Day 2020: Popular Form Of Expression - Beyond Pink World

ସୋସିଆଲ ମିଡିଆରେ ଚାଟିଂ ସମୟରେ ନିଜ କଥାକୁ ଏକ୍ସପ୍ରେସ କରିବା ପାଇଁ ବ୍ୟବହାର ହେଉଥିବା ଶର୍ଟକଟକୁ କୁହାଯାଏ ଇମୋଜୀ । ଏହା ଏକ ଜାପାନୀ ପୋର୍ଟମେଣ୍ଟୁ, ଯେଉଁଥିରେ ‘ଇ’ ଅର୍ଥାତ ପିକ୍ଚର, ଏବଂ ‘ମୋଜି’ର ଅର୍ଥ କ୍ୟାରେକ୍ଟର ହୋଇଥାଏ । ଅର୍ଥାତ କୌଣସି ଶବ୍ଦ କିମ୍ବା ଇମୋସନକୁ ଚିତ୍ର ମାଧ୍ୟମରେ ଅନ୍ୟକୁ ଜଣାଇବା ହିଁ ଇମୋଜୀ ।

କ’ଣ ରହିଛି ଇତିହାସ?

୧୯୯୯ ମସିହାରେ ଜାପାନୀ ମୋବାଇଲ ଅପରେଟିଙ୍ଗ କମ୍ପାନୀର ଇଞ୍ଜିନିୟର ଶିଗେତାକା କୁରିତା ଇମୋଜିର ଉଦ୍ଭାବନ କରିଥିଲେ । ଏକ ମୋବାଇଲ ଇଣ୍ଟିଗ୍ରେଡ ସର୍ଭିସ ଆଇ-ମୋଡ ଜାରି କରିବା ପାଇଁ ୧୭୬ ଇମୋଜି ପ୍ରସ୍ତୁତ କରିଥିଲେ । ପରେ ୨୦୧୦ରେ ୟୁନିକୋଡ ଇମୋଜୀର ବ୍ୟବହାରକୁ ମାନ୍ୟତା ଦେଇଥିଲା । ଏହାପରେ ଧିରେ ଧିରେ ବିଭିନ୍ନ ଗ୍ଲୋବାଲ ବ୍ରାଣ୍ଡ Google, Microsoft, Facebook ଏବଂ Twitter ମଧ୍ୟ ନିଜ ନିଜର ଇମୋଜୀ ନିର୍ମାଣ କରିଛନ୍ତି ।

World Emoji Day Prompts Canadian Inspired Emoji Ideas - Narcity

ତେବେ ୨୦୧୨-୧୩ରେ ଇମୋଜୀର ପ୍ରୟୋଗରେ ବୃଦ୍ଧି ପାଇଲା ଏବଂ ୨୦୧୩ ଅଗଷ୍ଟରେ ଅକ୍ସଫୋର୍ଡ ଡିକ୍ସିନାରୀରେ ଇମୋଜି ଶବ୍ଦ ଯୋଡି ହୋଇଥିଲା । ତେବେ ୨୦୧୪ରେ ଇମୋଜିପିଡିୟାର ପ୍ରତିଷ୍ଠାତା ଜେରେମୀ ବର୍ଜ କ୍ୟାଲେଣ୍ଡର ଇମୋଜି ପ୍ରଦର୍ଶିତ କରିବା ପାଇଁ ‘ବିଶ୍ୱ ଇମୋଜି ଦିବସ’ ପାଳନର ତାରିଖ ଧାର୍ଯ୍ୟ କରିଥିଲେ । ଏହି ତାରିଖ ହେଉଛି ଜୁଲାଇ ମାସର ୧୭ ତାରିଖ । ଏହି ଦିନ ଟେକ ୱାର୍ଲ୍ଡ ପାଇଁ ଏକ ପର୍ବର ଦିନ କହିଲେ କିଛି ଭୁଲ ହେବନି ।

Get real time updates directly on you device, subscribe now.