fbpx
BJD
BJD SKY
BJD SKY

Video: ଠକ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଧରିଲେ ସ୍ତ୍ରୀ, ମିଛ କହି ଏକାଧିକ ମହିଳାଙ୍କୁ ଫସାଇଛନ୍ତି

BJD

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ପାଲଟିଲାଣି ଭଦ୍ର ଠକଙ୍କ ସାମ୍ରାଜ୍ୟ। କେତେବେଳେ ଚାକିରି ନାଁରେ ଠକେଇ ତ କେତେବେଳେ ବାହାଘର ସ୍ୱପ୍ନ ଦେଖାଇ ମହିଳାଙ୍କୁ ଠକେଇ କରୁଛନ୍ତି । କିଛି ଦିନ ତଳେ ରାଜ୍ୟରେ ଜଣେ ଡାକ୍ତର ପ୍ରାୟ ୧୫ରୁ ଅଧିକ ମହିଳାଙ୍କୁ ବିବାହ କରି ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ରମେଶ ସ୍ବାଇଁ ନାମକ ଆଉ ଜଣେ ଠକ ଏକାଧିକ ମହିଳାଙ୍କୁ ବିବାହ କରି ଠକେଇ କରିଥିବାର ଅଭିଯୋଗ ଆସିଛି।

ଅଭିଯୋଗ ମୁତାବକ ସେ ମିଛକହି ଏକାଧିକ ମହିଳାଙ୍କୁ ଫସାଇଛନ୍ତି। ତେବେ ଗତକାଲି ଅନ୍ୟ ଜଣେ ମହିଳାଙ୍କ ସହ ଥିବା ସମୟରେ ସ୍ତ୍ରୀ ଠକ ସ୍ବାମୀଙ୍କୁ ଧରିଛନ୍ତି। ଅଭିଯୁକ୍ତ ଜଣକ ରମ୍ଭା ଅଞ୍ଚଳର ସମୀର ବେଜ। ପେଶାରେ ସେ ଜଣେ ସଫ୍ଟୱେର ଇଞ୍ଜିନିୟର କହି ଅନେକ ମହିଳାଙ୍କୁ ଫସାଇଛନ୍ତି । ସମୀର ଭାରତ ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ବିବାହ କରିଥିବା ଅଭିଯୋଗ ହୋଇଛି। ତେବେ ବିବାହ ପରେ ସ୍ତ୍ରୀଙ୍କୁ ନିର‌୍ୟାତନା ଦେବା ସହ ଟଙ୍କା ଓ ସୁନାଗହଣା ହଡ଼ପ କରିଥିଲେ ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି।

ସମୀରଙ୍କ ଠକାମି ଏତିକିରେ ଶେଷ ହୋଇନି। ବିଭିନ୍ନ ବାହାନା କରି ଦିଲ୍ଲୀ ଓ ରାଜସ୍ଥାନ ଯାଉଥିଲେ ସମୀର ବେଜ। ସେଠାରେ ସେ ଦୁଇଜଣଙ୍କୁ ବିବାହ କରିଛନ୍ତି। ଏହା ସହିତ ସ୍ତ୍ରୀ ବାପଘରକୁ ଯିବା ପରେ ଅନ୍ୟ ଯୁବତୀଙ୍କ ସେ ସହ ରହୁଥିବା ଖବର ପାଇ ଗତକାଲି ରାତିରେ ଖବର ପାଇ ଓଲଟାଉନ୍ ଅଞ୍ଚଳରେ ପହଞ୍ଚିଥିଲେ ସ୍ତ୍ରୀ। ସେଠାରେ ଅଭିଯୁକ୍ତ ସମୀର ସ୍ତ୍ରୀଙ୍କୁ ଦେଖି ତୁରନ୍ତ ଯୁବତୀଙ୍କୁ ଖସାଇ ଦେବାରେ ସଫଳ ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ପିସିଆର ପହଞ୍ଚି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ଆଣିଥିଲା। ସୂଚନାନୁସାରେ ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କୁ ନେଇ ସମୀର ଫେରାର ହୋଇଯାଇଥିବା କଟକ ସଦର ଥାନାରେ ସ୍ତ୍ରୀ ଅଭିଯୋଗ କରିଥିଲେ। ସମାନ ସମୟରେ ଉକ୍ତ ଯୁବତୀଙ୍କ ଭାଇ ଦୁଷ୍ମନ୍ତ ବେଜ ରମ୍ଭା ଥାନାରେ ଏନେଇ ଅଭିଯୋଗ କରିଥିବାର ସୂଚନା ମିଳିଛି ।

 

Get real time updates directly on you device, subscribe now.