fbpx

ପ୍ରକାଶ ପାଇଲା ICSE ୧୦ମ ରେଜଲ୍ଟ, ବାଜି ମାରିଲେ ଛାତ୍ରୀ, ଏମିତି କରନ୍ତୁ ରେଜଲ୍ଟ ଚେକ୍

ନୂଆଦିଲ୍ଲୀ: ପ୍ରକାଶ ପାଇଛି କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ(ICSE) ୧୦ମ ଫଳାଫଳ । ଛାତ୍ରଛାତ୍ରୀ ନିଜ ରୋଲ୍ ନମ୍ବର ସାହାଯ୍ୟରେ ନିଜର ରେଜଲ୍ଟ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ । ଏଥିପାଇଁ ବୋର୍ଡ ୱେବସାଇଟ୍ cisce.org ଏବଂ results.cisce.org କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ଚଳିତ ବର୍ଷ ୧୦ମ ଶ୍ରେଣୀରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୯.୯୮ % ରହିଥିବାବେଳେ, ଛାତ୍ରଙ୍କ ପାସ୍ ହାର ୯୯.୯୭ ପ୍ରତିଶତ ରହିଛି । ଚାରିଜଣ ଛାତ୍ରଛାତ୍ରୀ ୯୯.୮% ମାର୍କ ସହିତ ଟପ୍ ରାଙ୍କ ପାଇଛନ୍ତି । ପ୍ରଥମ ସ୍ଥାନରେ ୩ ଛାତ୍ରୀ ଏବଂ ଜଣେ ଛାତ୍ର ରହିଛନ୍ତି । ଏହି ଚାରିଜଣଙ୍କ ନାମ ହେଉଛି – ହରଗୁନ୍ କୌର(ପୁଣେ), ଅନିକା ଗୁପ୍ତା (କାନପୁର), ପୁଷ୍କର ତ୍ରିପାଠୀ (ବଳରାମପୁର), କନିଷ୍କା ମିତ୍ତଲ (କାନପୁର) । ସମସ୍ତେ ୯୯.୮୦ % ମାର୍କ ରଖିଛନ୍ତି ।

ଆଇସିଏସଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା: ୨୩୧,୦୬୩

ବାଳକ – ୧୨୫,୬୭୮ – ୫୪.୩୯%
ବାଳିକା – ୧୦୫,୩୮୫ – ୪୫.୬୧%

ପାସ୍ ପ୍ରତିଶତ: ୯୯.୯୭%
ଝିଅଙ୍କ ପାସ୍ ପ୍ରତିଶତ – ୯୯.୯୮%
ପୁଅଙ୍କ ପାସ୍ ପ୍ରତିଶତ – ୯୯.୯୭%

ଏମିତି କରନ୍ତୁ ଚେକ୍:

୧ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

୨ ହୋମ ପେଜରେ ଆଇସିଏସଇ ରେଜଲ୍ଟ ୨୦୨୨ ରେଜଲ୍ଟ ଉପରେ କ୍ଲିକ୍ କରିବାକୁ ହେବ

୩ ଏବେ ଲଗଇନ କରିବା ପାଇଁ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦେବାକୁ ହେବ

୪ ଏହାପରେ ଆପଣଙ୍କ ୧୦ ମ ଆଇସିଏସଇ ରେଜଲ୍ଟ ୨୦୨୨ ସ୍କ୍ରିନରେ ଆସିଯିବ

୫ ଏହାକୁ ଚେକ୍ ଏବଂ ଡାଉନଲୋଡ୍ କରନ୍ତୁ

୬ ଏହାପରେ ଆପଣ ଡିଜିଟାଲ ମାର୍କସିଟ୍ ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢ଼ିପାରିବେ

ସୂଚନାଯୋଗ୍ୟ, ଆଇସିଏସଇ ୧୦ ମ ର ସେକେଣ୍ଡ ସେମିଷ୍ଟାର ବୋର୍ଡ ପରୀକ୍ଷା ସିଆଇଏସସିଇ ଦ୍ୱାରା ୨୫ ଏପ୍ରିଲ ରୁ ୨୦ ମେ ୨୦୨୨ ମଧ୍ୟରେ ଆୟୋଜିତ ହୋଇଥିଲା । ପୂର୍ବରୁ ପ୍ରଥମ ସେମିଷ୍ଟାରର ରେଜଲ୍ଟ ସ୍କୁଲକୁ ପଠାଯାଇସାରିଥିଲା ।

Get real time updates directly on you device, subscribe now.