fbpx

ପୁଣି କମିଲା ଖାଇବା ତେଲର ଦାମ୍‌, ୩୦ ଟଙ୍କା ହ୍ରାସ କଲା ଏହି କମ୍ପାନୀ

ନୂଆଦିଲ୍ଲୀ: ଖାଇବା ତେଲର ବଜାର କିଛି ଦିନ ଗରମ ରହିବା ପରେ ଏବେ ସାଧରଣ ଜନତାଙ୍କୁ ସାମାନ୍ୟ ଅଶ୍ୱସ୍ତି ମିଳିଛି। ଲଗାତାର ହ୍ରାସ ପାଇ ଚାଲିଛି ଖାଇବା ତେଲର ଦାମ୍। ସରକାରଙ୍କ ନିରନ୍ତର ପ୍ରାୟସ ଏବଂ ବିଦେଶରୁ ଆମଦାନୀ ବଢିବା ପରେ ଖାଇବା ତେଲର ଦାମ୍ ନିୟନ୍ତ୍ରଣକୁ ଆସିଛି। ତେବେ ଆଜି ପୁଣି ଖାଇବା ତେଲର ଦାମ୍‌ରେ ବଡ଼ ହ୍ରାସ ଘଟିଛି । ଆନ୍ତର୍ଜାତୀୟ ବଜାରରେ ଖାଇବା ତେଲର ଦାମ୍ ହ୍ରାସ ପାଇବା ପରେ ଏହାର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳିଛି। ଯାହା ଫଳରେ ଏବେ ପୁଣି ଫର୍ଚ୍ଚ୍ୟୁନ୍ କମ୍ପାନୀ ଖାଇବା ତେଲର ଦାମ୍ ହ୍ରାସ ଘଟାଇଛି। କମ୍ପାନୀ ତରଫରୁ ଖାଇବା ତେଲର ଦାମ୍‌ରେ ପ୍ରାୟ ୩୦ ଟଙ୍କା ହ୍ରାସ ପାଇଛି।

କମ୍ପାନୀ ପକ୍ଷରୁ ସୋୟାବିନ୍ ତେଲର ଦାମ୍ ସବୁଠୁ ଅଧିକା ହ୍ରାସ ପାଇଛି । ସାଧାରଣ ଲୋକେ ଏହାର ଫାଇଦା ଖୁବ୍‌ଶିଘ୍ର ପାଇ ପାରିବେ ବୋଲି କୁହାଯାଉଛି । ଏହା ପୁର୍ବରୁ ଫର୍ଚ୍ଚ୍ୟୁନ୍ କମ୍ପାନୀ ସହ ଅନେକ କମ୍ପାନୀ ମଧ୍ୟ ଖାଇବା ତେଲର ଦାମ୍‌ରେ ବଡ଼ ହ୍ରାସ କରିଥିଲା । ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ କମ୍ପାନୀ ଗୁଡ଼ିକୁ ତେଲର ଦାମ୍‌ରେ ହ୍ରାସ କରିବାକୁ ଅପିଲ୍ କରାଯାଇଥିଲା । ଏହା ପରେ ନିରନ୍ତର ଭାବରେ ତେଲର ଦାମ୍‌ରେ ହ୍ରାସ ପାଇବାରେ ଲାଗିଛି ।

ଫର୍ଚ୍ଚ୍ୟୁନ୍ କମ୍ପାନୀ ପକ୍ଷରୁ ସୋୟାବିନ୍ ତେଲର ଦାମ୍‌କୁ ୧୯୫ରୁ ୧୬୫କୁ, ସୂର୍ଯ୍ୟମୁଖି ତେଲର ଦାମ୍ ୨୧୦ରୁ ହ୍ରାସ ପାଇ ୧୯୯ରେ ରହିଛି । ସେହିପରି ସୋରିସ ତେଲର ଦାମ୍ ୧୯୫ରୁ ହ୍ରାସ ପାଇ ୧୯୦ରେ ରହିଛି ଏବଂ ରାଇସ୍ ବ୍ରାଣ୍ଡ ତେଲର ଦାମ୍ ୨୨୫ରୁ ହ୍ରାସ ପାଇ ୨୧୦ରେ ରହିଛି।

Get real time updates directly on you device, subscribe now.