fbpx

ପାଚେରି ଡେଇଁ ୨ ବିଚାରଧୀନ କଏଦୀ ଫେରାର

ପାଲଲହଡ଼ା(ଓଡ଼ିଶା ଭାସ୍କର): ପାଲଲହଡ଼ା ଉପକାରଗାରରୁ ୨ ବିଚାରଧୀନ କଏଦୀ ଫେରାର ହୋଇଥିବା ସୂଚନା ମିଳିଛି । ଅରେନ ନାଏକ ଓ ବସନ୍ତ ମହାକୁଡ଼ ପାଚେରି ଡେଇଁ ଫେରାର ହୋଇଛନ୍ତି । ଫେରାର ୨ କଏଦୀଙ୍କୁ ଧରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି । ପୋଲିସର ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ପରେ ବି କଏଦୀମାନେ କିପରି ଫେରାର ହେଉଛନ୍ତି, ସେନେଇ ଜନସାଧାରଣରେ ପ୍ରଶ୍ନ ଉଠୁଛି ।

ଏହା ପୂର୍ବରୁ ବାରିପଦା ମଣ୍ଡଳ କାରାଗାରର ବିଚାରାଧୀନ କଏଦୀ ଫେରାର ହୋଇଥିଲେ । ତାଙ୍କ ନାମ ଦାମୋଦର ପୃଷ୍ଟି। ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ ଗତ ଏପ୍ରିଲ ୨୪ ତାରିଖ ଦିନ ନିଜ ଜ୍ୱାଇଁ ଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ। ସେହିଦିନଠାରୁ ସେ ବାରିପଦା ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଗତ ୨୪ ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଜଣେ ଗାର୍ଡ ଡିୟୁଟିରେ ଥିବା ଅବସ୍ଥାରେ ତାଙ୍କୁ ଚକମା ଦେଖାଇ ସେ କେଉଁ ଆଡ଼େ ଫେରାର ହୋଇଥିଲେ ।

Get real time updates directly on you device, subscribe now.