fbpx

ଚେକିଂ ବେଳେ ମହିଳା SIଙ୍କ ଉପରେ ଚଢ଼ାଇଦେଲେ ଗାଡ଼ି: ଘଟଣାସ୍ଥଳରେ ମୃତ୍ୟୁ

ରାଞ୍ଚି: ହରିୟାଣା ମର୍ଡର ଘଟଣାର ପୁନରାବୃତ୍ତି ରାଞ୍ଚିରେ ହୋଇଛି । ଝାଡ଼ଖଣ୍ଡ ରାଞ୍ଚିରେ ଜଣେ ମହିଳା ଏସଆଇଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି । ମହିଳା ସବୁ ଇନ୍ସପେକ୍ସର ସନ୍ଧ୍ୟା ଟୋପ୍ନୋଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ରାଞ୍ଚିର ତୁପୁଦନା ଅଞ୍ଚଳରେ ଯାଞ୍ଚ ବେଳେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି । ଗାଡ଼ିଟିକୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତକୁ ଅଟକ ରଖାଯାଇଛି । ଏନେଇ ରାଞ୍ଚି ଏସଏସପି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୩ଟା ସମୟରେ ରାଞ୍ଚିର ତୁପୁଦାନା ଓପିର ଇନଚାର୍ଜ ସନ୍ଧ୍ୟା ଟୋପ୍ନୋ ଗାଡ଼ିର ଚେକିଂ କରୁଥିଲେ । ଏହି ସମୟରେ ସେ ଏକ ପିକଅପ୍ ଭ୍ୟାନକୁ ଅଟକିବାକୁ ସଙ୍କେତ ଦେଇଥିଲେ । କିନ୍ତୁ ଡ୍ରାଇଭରଟି ଗାଡ଼ିକୁ ସିଧାସଳଖ ସନ୍ଧ୍ୟାଙ୍କ ଉପରେ ଚଢ଼ାଇଦେଇଥିଲା ଓ ଘଟଣାସ୍ଥଳରୁ ଫେରାର ହୋଇଥିଲା । ଘଟଣାପରେ ସନ୍ଧ୍ୟାଙ୍କୁ ମେଡିକାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାର ସୂଚନା ମିଳିବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଅଭିଯୁକ୍ତକୁ ଖୋଜିବାରେ ଲାଗିପଡିଥିଲେ । ଅନେକ ଛାନଭିନ୍ ପରେ ବୁଧବାର ସକାଳେ ଅଭିଯୁକ୍ତକୁ ଧରି ପକାଇଲା ପୋଲିସ । ଡ୍ରାଇଭରକୁ ଗିରଫ କରାଯିବା ସହ ଗାଡ଼ିକୁ ତୁରନ୍ତ ସିଜ୍ କରାଯାଇଥିବା ନେଇ ଏସପି ସିଟି ଅଂଶୁମାନ କୁମାର କହିଛନ୍ତି ।

Get real time updates directly on you device, subscribe now.