fbpx

(Video)ମହିଳା ସାଂସଦ ‘ବାହୁବଳୀ’ ଷ୍ଟାଇଲରେ ଉଠାଇଲେ ସିଲିଣ୍ଡର: ମୁଦ୍ରାସ୍ଫୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ମହଙ୍ଗା ଦରଦାମକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛି କଂଗ୍ରେସ । ବୁଧବାର ଦିନ ସଂସଦରେ କଂଗ୍ରେସ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଛି । ଏହି ସମୟରେ ଜଣେ ମହିଳା ସାଂସଦ ଗ୍ୟାସ ସିଲିଣ୍ଡର ସହ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି । ମହିଳା ସାଂସଦ ଜଣକ ‘ବାହୁବଳୀ’ ଷ୍ଟାଇଲରେ ସିଲିଣ୍ଡରକୁ ଉଠାଇଥିବା ବେଳେ ମୁଦ୍ରାସ୍ଫୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ତେବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଓ ଅନ୍ୟ କେତେକ ବିରୋଧୀ ଦଳ ସଂସଦ ପରିସରରେ ଧାରଣା ଦେଇଥିଲେ । ମୁଦ୍ରାସ୍ଫୀତି ବିରୋଧରେ ତଥା ଜିଏସଟି ଅଧୀନରେ ଅନେକ ଜରୁରୀ ଖାଦ୍ୟ ସାମଗ୍ରୀ ଆଣିବା ବିରୋଧରେ ଏହି ସାଂସଦମାନେ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଲୋକ ଏକ ବ୍ୟାନର ମଧ୍ୟ ରଖିଥିଲେ ଯେଉଁଥିରେ ଗ୍ୟାସ ସିଲିଣ୍ଡରର ଚିତ୍ର ରହିଥିଲା । ଯେଉଁଥିରେ ଲେଖାଥିଲା, ‘‘ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ନାଗରିକଙ୍କ ଜୀବନ ଖରାପ ପ୍ରଭାବିତ ହୋଇଛି, ସେମାନେ କିପରି ବଞ୍ଚିବେ?’’

Congress Protest: महिला सांसद ने 'बाहुबली' स्टाइल में उठाया सिलेंडर, बढ़ती महंगाई को लेकर केंद्र पर बरसी कांग्रेस

ସୂଚନା ଅନୁସାରେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବ୍ୟତୀତ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ, ତେଲେଙ୍ଗାନା ରାଷ୍ଟ୍ରିୟ ସମିତିର ନମା ନାଗେଶ୍ୱରା ରାଓ, କେ କେଶବ ରାଓ, ନ୍ୟସନାଲ କନଫ୍ରେନ୍ସର ହସନୈନ ମାସୁଦି, ଆଇୟୁଏମଏଲର ଇଟି ମହମ୍ମଦ ବଶୀର ଓ ଅନ୍ୟାନ୍ୟ ବିରୋଧୀ ସାଂସଦ ଏହି ଧାରଣାରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.