fbpx

ଅଧିକ ଖୁସିହେବା ମଧ୍ୟ ଆପଣଙ୍କ ପାଇଁ ହୋଇପାରେ ସାଙ୍ଘାତିକ: ଆସିପାରେ ହାର୍ଟ ଆଟାକ୍, ମହିଳା ଓ ୫୦ ବର୍ଷ ବୟସ୍କ ଅଧିକ ପ୍ରଭାବିତ- ଷ୍ଟଡୀ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଅତ୍ୟଧିକ ଖୁସି ହେବା ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ? ଏହା ଯୋଗୁଁ ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । କେବଳ ଏତିକି ନୁହେଁ, ଏକ ଗବେଷଣାରୁ ଜଣାପଡିଛି ଯେ ଏହା ମହିଳା ଏବଂ ବୃଦ୍ଧଙ୍କୁ ଅଧିକ ପ୍ରଭାବିତ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ନୂଆ ଷ୍ଟଡୀରେ କ’ କ’ଣ ଖୁଲାସା ହୋଇଛି…

ଏହି ଅଧ୍ୟୟନ କ’ଣ?
ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ, ଜାପାନର ହିରୋସିମା ସିଟି ହସ୍ପିଟାଲର ଡକ୍ଟର ହିକାରୁ ସାଟୋ ଏବଂ ତାଙ୍କ ସହ କାମ କରୁଥିବା ଅନ୍ୟମାନେ ଅଧିକ ଖୁସି ରହୁଥିବା ଲୋକଙ୍କ ଉପରେ ଏକ ଷ୍ଟଡୀ କରିଥିଲେ । ଏହି ଷ୍ଟଡୀରେ ଖୁଲାସା ହୋଇଛି ଯେ, ଅଧିକ ଖୁସି ଅବସ୍ଥାରେ ଲୋକମାନେ ‘ହାପି ହାର୍ଟ ସିଣ୍ଡ୍ରୋମ’ର ଶିକାର ହୁଅନ୍ତି, ଯାହାକୁ ଟାକୋଟସୁବୋ କାର୍ଡିଓମାଇଓପାଥି ମଧ୍ୟ କୁହାଯାଏ । ଏହି ରୋଗ ହାପି ହାର୍ଟ ଓ ବ୍ରୋକେନ୍ ହାର୍ଟ ଭଳି ଉପନାମ ଭାବେ ଜଣାଶୁଣା ।

ଷ୍ଟଡୀରୁ ଜଣାପଡିଛି ଯେ, ଯେଉଁମାନେ ଅଧିକ ଖୁସି ରୁହନ୍ତି, ସେମାନଙ୍କୁ ବର୍ତ୍ତମାନର ଅବସ୍ଥା ହେତୁ ହୃଦଘାତ ହାର୍ଟ ହାଟାକ୍ ଆସିଥାଏ, ଯାହାଫଳରେ ସେମାନଙ୍କର ସମସ୍ୟା ବଢ଼ିଯାଏ । ଏଥିରେ ଆପଣଙ୍କୁ ଭିତରେ ଏପରି ସିଣ୍ଡ୍ରୋମ ମିଳିଥାଏ, ଯେଉଁଥିରେ ହାର୍ଟର ମାଂସପେଶୀ ଦୁର୍ବଳ ହୋଇଯାଏ । ଯେଉଁଥିପାଇଁ ବ୍ଲଡ ପମ୍ପ କରିବାର କ୍ଷମତା ବହୁତ ପ୍ରଭାବିତ ହୋଇଥାଏ । ଏହି କାରଣରୁ ଆପଣଙ୍କୁ ହାର୍ଟ ଆଟାକ୍ ଆସିଥାଏ ।

କେଉଁମାନଙ୍କ ଭିତରେ ଥାଏ ଏହି ସିଣ୍ଡ୍ରୋମ?
ଏହି ଅନୁସନ୍ଧାନରେ ପ୍ରକାଶ ପାଇଛି ଯେ, ଏହି ସିଣ୍ଡ୍ରୋମ ମହିଳା ଏବଂ ୫୦ ବର୍ଷରୁ ଅଧିକ ବୟସ୍କମାନଙ୍କଠାରେ ଅଧିକ ଦେଖାଯାଏ । ତଥାପି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ହାପି ହାର୍ଟ ଓ ବ୍ରୋକେନ୍ ହାର୍ଟ ସିଣ୍ଡ୍ରୋମରୁ ହେଉଥିବା ମୃତ୍ୟୁ ସଂଖ୍ୟା ବହୁତ କମ୍ ।

ଏଭଳି ପରିସ୍ଥିତିରେ ଆପଣଙ୍କୁ ଏବିଷୟରେ ଭୟଭୀତ ହେବାର ଆବଶ୍ୟକତା ନାହିଁ । କେବଳ ଦୁଲର୍ଭ ମାମଲାରେ ହିଁ ଲୋକଙ୍କ ଜୀବନ ଯାଇଛି ବୋଲି ଏହି ଷ୍ଟଡୀରୁ ଜଣାପଡିଛି । ଏହା ବ୍ୟତୀତ ଏହି ସିଣ୍ଡ୍ରୋମ କାରଣରୁୁ ଅଳ୍ପ ପରିମାଣରେ ହାର୍ଟ ରୋଗ ଦେଖିବାକୁ ମିଳିଛି । ଯଦି ଏହାକୁ ନେଇ ସମସ୍ୟା ଅଛି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଓ ଚିକିତ୍ସା କରିବାକୁ ଭୁଲନ୍ତୁ ନାହିଁ ।

ସିଣ୍ଡ୍ରୋମର କ’ଣ ଲକ୍ଷଣ :-
ହାପି ହାର୍ଟ ଓ ବ୍ରୋକେନ ହାର୍ଟ ସିଣ୍ଡ୍ରୋମର ମୁଖ୍ୟ ଲକ୍ଷଣ ହେଉଛି ଡିପ୍ରେସନ, ଛାତି ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ।

Get real time updates directly on you device, subscribe now.