fbpx

ଏଲଆଇସି ପରେ ଆଉ ଏକ କମ୍ପାନୀର ଆଇପିଓ ଲଞ୍ଚ କରିବେ ସରକାର, ଜାଣନ୍ତୁ କେବେ କରିବେ ନିବେଶ

ମୁମ୍ବାଇ: ଭାରତୀୟ ଜୀବନ ବୀମା(ଏଲଆଇସି) ପରେ ଏବେ କେନ୍ଦ୍ର ସରକାର ଆଉ ଏକ ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ (ଆଇପିଓ) ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛନ୍ତି। ଯୋଜନା ଅନୁସାରେ ସବୁକିଛି ଠିକ୍ ରହିଲେ ଚଳିତ ବର୍ଷ ଶେଷ ତ୍ରୈମାସିକ ସୁଦ୍ଧା ସରକାର ଆଇପିଓ ମାଧ୍ୟମରେ ଇସିଜିସି ଲିମିଟେଡକୁ ଶେୟାର ମାର୍କେଟରେ ଲିଷ୍ଟିଂ କରିପାରନ୍ତି। କମ୍ପାନୀ ଅଧ୍ୟକ୍ଷ ଏମ ସେଣ୍ଟିଲନାଥନ୍ ଏହାର ସଙ୍କେତ ଦେଇଛନ୍ତି।

ସେଣ୍ଟିଲନାଥନଙ୍କ ଅନୁଯାୟୀ, ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (ଡିପିଏମ୍) କହିଛି ଯେ ଏହା ଖୁବ୍ ଶୀଘ୍ର ସେୟାର ମାର୍କେଟରେ ଲିଷ୍ଟିଂ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ‘ଇସିଜିସି’ ର ପ୍ରାଥମିକ ସମୀକ୍ଷା ଡିପିଏମ୍ ଦ୍ୱାରା କରାଯାଇଛି ଏବଂ ସେମାନଙ୍କଠାରୁ ପରବର୍ତ୍ତୀ ପଦକ୍ଷେପ ଆଶା କରାଯାଉଛି। ପ୍ରାରମ୍ଭରେ ଆମକୁ କୁହାଯାଇଥିଲା ଯେ ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଏହାର ଆଇପିଓ ଲଞ୍ଚ ହୋଇପାରେ।

ଇସିଜିସି ହେଉଛି ଏକ ରପ୍ତାନି କ୍ରେଡିଟ୍ ଏଜେନ୍ସି ଏବଂ ଗତ ବର୍ଷ ଏହା ଅଇପିଓ ମାଧ୍ୟମରେ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହେବା ପାଇଁ ଅନୁମୋଦିତ ହୋଇଥିଲା। ରପ୍ତାନିକାରୀମାନଙ୍କୁ ରପ୍ତାନି ପାଇଁ ଋଣ ବୀମା ଏବଂ ଆନୁଷଙ୍ଗିକ ସେବା ପ୍ରଦାନ କରୁଥିବା ଏହା ଏକ ସମ୍ପୂର୍ଣ୍ଣ ମାଲିକାନା ସରକାରୀ କମ୍ପାନୀ ଅଟେ।

Get real time updates directly on you device, subscribe now.