fbpx

ସେକ୍ସ ସହ ଜଡ଼ିତ ଏହି ଭୁଲ କଲେ ଆପଣଙ୍କୁ ବି ହୋଇପାରିବେ Monkeypox : ପୁରୁଷମାନଙ୍କୁ WHOର ଚେତାବନୀ

ନୂଆଦିଲ୍ଲୀ: ଭାରତରେ ମଙ୍କିପକ୍ସ ମାମଲା ଧିରେ ଧିରେ ବଢ଼ିବାରେ ଲାଗିଛି । ଅନେକ ସହରରେ ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବି ଆଲର୍ଟ ମୋଡକୁ ଆସିଛନ୍ତି । ସମଗ୍ର ବିଶ୍ୱରେ ଏହାର ବଢ଼ିଥିବା ବିପଦକୁ ଦେଖି ମିଳିତ ଜାତିସଂଘ ଏଜେନ୍ସି ଏହାକୁ ଏକ ବିଶ୍ୱ ଜରୁରୀକାଳୀନ ଘୋଷଣା କରିଛି । ମଙ୍କିପକ୍ସ ବିପଦକୁ ହ୍ରାସ କରିବା ପାଇଁ ଡବ୍ଲୁଏଚଓ ଅନେକ ଗାଇଡଲାଇନ୍ ଜାରି କରିଛି, ଯେଉଁଥିରେ ପୁରୁଷଙ୍କ ଯୌନ ଆଚରଣ ସହ ଜଡିତ କିଛି ବିଶେଷ ଜିନିଷ ରହିଛି ।

ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଗେବ୍ରେଏସ୍ କହିଛନ୍ତି ଯେ, ଏହାର ପ୍ରଥମ ମାମଲା ମେ ମାସରେ ସାମ୍ନାକୁ ଆସିଥିଲା । ସେହି ଦିନଠାରୁ ୯୮% ମଙ୍କିପକ୍ସ ମାମଲା ସମଲିଙ୍ଗୀ, ବାଇସେକ୍ସୁଆଲ୍ ଏବଂ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷମାନଙ୍କଠାରେ ଦେଖିବାକୁ ମିଳିଥିଲା । ଲୋକଙ୍କୁ ନିଜ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଟେଡ୍ରୋସ୍ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ‘ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷମାନେ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ସୁରକ୍ଷିତ ବିକଳ୍ପ ହେବା ଜରୁରୀ । ଏଥିପାଇଁ ସେକ୍ସୁଆଲ ପାର୍ଟନର୍ସଙ୍କ ସଂଖ୍ୟା ମଧ୍ୟ କମ୍ କରିବା ଉଚିତ୍ ।’ ସହଭାଗୀମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ କରାଯିବା ଉଚିତ୍ ।

ଡବ୍ଲୁଏଚଓର ମୁଖ୍ୟ କହିଛନ୍ତି ଯେ, ମଙ୍କିପକ୍ସରେ ସଂକ୍ରମିତ ରୋଗୀ ନିଜକୁ ଆଇସୋଲେଟ କରିବା ଉଚିତ ଏବଂ କୌଣସି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ଉଚିତ୍ । ଏହା ସହିତ କୌଣସି ଶାରୀରିକ ସମ୍ପର୍କ କିମ୍ବା ନୂଆ ସେକ୍ସୁଆଲ ପାର୍ଟନର କରିବା ମଧ୍ୟ ଏଡାଇବା ଉଚିତ୍ । ଅବଶ୍ୟ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ସେକ୍ସୁଆଲ ପାର୍ଟନରଙ୍କ ସଂଖ୍ୟା ହ୍ରାସ କରିବାକୁ କୌଣସି ପରାମର୍ଶ ଦେଇନାହିଁ । ଏଜେନ୍ସି ମଙ୍କିପକ୍ସରେ ସଂକ୍ରମିତ ରୋଗୀଙ୍କ ସହ କେବଳ ‘ସ୍କିନ୍ ଟୁ ସ୍କିନ୍’ ସମ୍ପର୍କ ନକରିବାକୁ ପରାମର୍ଶ ଦେଇଛି ।

ଡବ୍ଲୁଏଚଓ ଅନୁସାରେ, ମଙ୍କିପକ୍ସ କୌଣସି ରୋଗୀ, ତାଙ୍କ ପୋଷାକ କିମ୍ବା ବେଡସିଟ୍ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ । ଇମ୍ୟୁନିଟି ଦୁର୍ବଳ ଥିବା ଲୋକ ଯଥା- ଶିଶୁ କିମ୍ବା ଗର୍ଭବତୀ ମହିଳାଙ୍କଠାରେ ଏହି ରୋଗ ଅଧିକ ଗୁରୁତର ହୋଇପାରେ ବୋଲି ସ୍ୱାସ୍ଥ୍ୟ ଏଜେନ୍ସି ଚେତାବନୀ ଦେଇଛି । ଏହା ସହ ବ୍ରିଟେନରେ ମଙ୍କିପକ୍ସ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ହଗ୍ ଆଡଲର୍ କହିଛନ୍ତି ଯେ, ଯୌନ ସମ୍ପର୍କ ହେତୁ ଏହି ଜୀବାଣୁ ବ୍ୟାପିବାରେ ଲାଗିଛି । କୌଣସି ଅଜଣା ବ୍ୟକ୍ତିଙ୍କ ସହ ସେକ୍ସ କରୁଥିବା ଲୋକଙ୍କଠାରେ ଏହି ଭାଇରସ୍ ତୀବ୍ର ଭାବେ ସଂକ୍ରମିତ କରୁଛି ।

Get real time updates directly on you device, subscribe now.