ମୋର ବୟସ ୨୭ ବର୍ଷ, କିନ୍ତୁ ମୋର ମୁହଁ ଛୋଟ ଛୁଆ ପରି, ତେଣୁ ମୋତେ କେହି ଚାକିରି ଦେଉନାହାନ୍ତି

ନୂଆଦିଲ୍ଲୀ: ଆଜିକାଲି ଚାକିରି ସମସ୍ତଙ୍କର ଦରକାର । ତେବେ ଯୋଗ୍ୟତା ଆଧାରରେ ନିଜ ପସନ୍ଦ ମୁତାବକ ଚାକିରି କାହାକୁ ମିଳେ ତ ଆଉ କାହାକୁ ମିଳେ ନାହିଁ । ବୟସ ଓ ଚାକିରିକୁ ନେଇ ନିକଟରେ ଏକ ଅଜବ ପ୍ରକାରର କଥା ସାମ୍ନାକୁ ଆସିଛି । ଜଣେ ୨୭ ବର୍ଷୀୟ ଯୁବକଙ୍କୁ ଚାକିରି ମିଳୁନାହିଁ । ଏହା ପଛର କାରଣ ହେଉଛି ସେ ଦେଖିବାକୁ ଛୋଟ ପିଲା ପରି । ଏନେଇ ସୋସିଆଲ ମିଡ଼ିଆରେ ନିଜର ଦୁଃଖ ଶେୟାର କରିଛନ୍ତି ଉକ୍ତ ଯୁବକ ।

ଉକ୍ତ ଯୁବକଙ୍କ ନାମ ହେଉଛି ମାଓ ଶେଙ୍ଗ । ସେ ଚୀନର ଗ୍ୱାଙ୍ଗଡୋଙ୍ଗ ଅଞ୍ଚଳରେ ରୁହନ୍ତି । କେବଳ ଲୁକସ କାରଣରୁ ମାଓଙ୍କୁ କେହି ଚାକିରିରେ ରଖିବାକୁ ପସନ୍ଦ କରୁନାହାନ୍ତି । ଅଧିକାଂଶ ଲୋକ ତାଙ୍କୁ ଛୋଟ ପିଲା ଭାବି ଅଣଦେଖା କରି ଦେଉଛନ୍ତି । ମାଓଙ୍କୁ ଚାକିରିରେ ରଖିଲେ ଚାଇଲ୍ଡ ଲେବର କେସରେ ଫସିବାର ଆଶଙ୍କା କରି ମାଓଙ୍କୁ କେହି ଚାକିରିରେ ରଖିବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି ।

ଛୋଟ ପିଲାଙ୍କ ପରି ଦେଖାଯିବା ତାଙ୍କ ଜୀବନରେ ଏକ ବଡ଼ ସମସ୍ୟାକୁ ଡାକି ଆଣିଛି ବୋଲି ମାଓ ଏକ ଭିଡିଓ ମାଧ୍ୟମରେ କହିଛନ୍ତି । ଦୀର୍ଘ ଦିନ ଧରି ମାଓ ଚାକିରି ଅନ୍ୱେଷଣରେ ରହିଛନ୍ତି । ସେ ଯେଉଁଠାରେ ଇଣ୍ଟରଭ୍ୟୁ ଦେଲେ ବି ତାଙ୍କୁ ରିଜେକ୍ଟ କରିଦିଆଯାଉଛି । ତେବେ ମାଓଙ୍କ ବାପା ଦ୍ୱିତୀୟ ବିବାହ କରିବା ପରେ ମୃତ୍ୟୁବରଣ କରିଥିଲେ । ଏହାପରେ ମାଓ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଅନେକ ଜବ୍ ଅଫର ଆସିଥିଲା । ତେବେ ମାଓଙ୍କୁ ଚାକିରିରେ ରଖିବା ପାଇଁ ଏକ କମ୍ପାନୀ ସମ୍ମତି ପ୍ରକାଶ କରିଥିବା ଅନ୍ୟ ଏକ ଭିଡିଓରେ ମାଓ କହିଛନ୍ତି ।