fbpx

ମାରାତ୍ମକ ଷ୍ଟ୍ରୋକର ସବୁଠାରୁ ବଡ଼ କାରଣ ହେଉଛି ବ୍ଲଡ ପ୍ରେସର: ଏମ୍ସ ଡାକ୍ତର ଦେଲେ ଚେତାବନୀ

ନୂଆଦିଲ୍ଲୀ: ହାର୍ଟ ରୋଗ ପରେ ଦୁନିଆରେ ମୃତ୍ୟୁ ଓ ବିକଳାଙ୍ଗତାର ଦ୍ୱିତୀୟ ବଡ଼ କାରଣ ହେଉଛି ହାଇ ବ୍ଲଡ ପ୍ରେସର ବା ହାଇପରଣ୍ଟେସନ । ଏହା ସାଙ୍ଘାତିକ ଷ୍ଟ୍ରୋକର ସବୁଠାରୁ ବଡ଼ କାରଣ । ବିଭିନ୍ନ ଅଧ୍ୟୟନ ଅନୁଯାୟୀ, ୬୪% ଷ୍ଟ୍ରୋକ୍ ରୋଗୀ ହାଇ ବ୍ଲଡ ପ୍ରେସରରେ ପୀଡିତ । ଭାରତରେ ଷ୍ଟ୍ରୋକ୍ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଅନ୍ୟପଟେ ଏହାକୁ ନେଇ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ହାଇ ବ୍ଲଡ ପ୍ରେସରର ଚିକିତ୍ସା ଉପରେ ଧ୍ୟାନ ଦେବାର ସମୟ ଆସିଛି ବୋଲି ସେମାନେ କହିଛନ୍ତି । ଏଥିପାଇଁ ଏକ ସହଜ ରଣନୀତି ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଜୀବନ ରକ୍ଷା କରାଯାଇପାରିବ ।

ଏମ୍ସର କମ୍ୟୁନିଟି ମେଡିସିନ୍ ପ୍ରଫେସର ଡକ୍ଟର ପ୍ରଦୀପ ଅଗ୍ରୱାଲ କହିଛନ୍ତି ଯେ, ‘ ହାଇ ବ୍ଲଡ ପ୍ରେସରକୁ ସହଜରେ ଚିକିତ୍ସା କରାଯାଇପାରିବ । ଏହା ଷ୍ଟ୍ରୋକର ଏକ ପ୍ରମୁଖ କାରଣ, ଯାହା ଅକାଳ ମୃତ୍ୟୁ ଏବଂ ରୋଗୀକୁ ଆଜୀବନ ଅକ୍ଷମତା କରିବା ସହ ସେମାନଙ୍କ ପରିବାରକୁ ଏକ ବଡ଼ ଆର୍ଥିକ ଝଟକା ମଧ୍ୟ ଦେଇଥାଏ । ଏହି ସମୟରେ ପରିବାରର ଆୟ ବନ୍ଦ ହୋଇଯାଏ ।

ଭାରତରେ ଷ୍ଟ୍ରୋକ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମକୁ ମନେ ରଖିବାକୁ ହେବ ଯେ ଏହାର ଅର୍ଥ ହେଉଛି ଆୟ ହରାଇବା ଏବଂ କାର୍ଯ୍ୟ-ଉତ୍ପାଦନକାରୀ ଜୀବନରେ ହ୍ରାସ । ୨୦୧୬ ପରିସଂଖ୍ୟାନ ଅନୁଯାୟୀ, ବିଶ୍ୱରେ ଷ୍ଟ୍ରୋକ୍ ପାଇଁ ପ୍ରାୟ ୫.୬ ଲକ୍ଷ ମୃତ୍ୟୁ ହେଉଛି । ଭାରତରେ ଏକ ଲକ୍ଷ ଜନସଂଖ୍ୟାରେ ୧୧୬-୧୬୩ ଲୋକ ଷ୍ଟ୍ରୋକରେ ପୀଡିତ । ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ହାଇ ବ୍ଲଡ ପ୍ରେସର ବୃଦ୍ଧି ହେତୁ ଦେଶର ଷ୍ଟ୍ରୋକ୍ ଭାର ବଢ଼ିବାରେ ସମ୍ଭାବନା ରହିଛି ।

Get real time updates directly on you device, subscribe now.