fbpx

(Video) ଘରୁ ବାହାରିଲେ ବାବୁସାନ୍: ମାଆ ଅପରାଜିତା ସହ କାରରେ ଥାନାକୁ ଯାଉଥିବା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି କଳିର ବିପାଦ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଆଜି ଜଗନ୍ନାଥ ବିହାର ଘରୁ ବାହାରିଛନ୍ତି ଅଭିନେତା । ମାଆ ଅପରାଜିତା ମହାନ୍ତିଙ୍କ ସହ କାରରେ ବାହାରକୁ ବାହାରିଛନ୍ତି ବାବୁସାନ୍ । ଚେନ୍ନାଇରୁ ଆସିବା ପରେ ବାବୁସାନ୍ ପ୍ରଥମଥର ପାଇଁ ଘରୁ ବାହାରିଥିବା ଦେଖିବାକୁ ମିଳିଛି ।

ତେବେ ବାବୁସାନ୍ ନିଜ ମାଆ ଅପରାଜିତାଙ୍କ ସହ ଖାରବେଳ ଥାନାକୁ ଯାଉଥିବା ସୂଚନା ମିଳିଛି । ପୋଲିସ ଷ୍ଟେସନରେ ମଧ୍ୟ ବିପୁଳ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଆଜି ବାବୁସାନଙ୍କ ଜନ୍ମଦିନ । ଫଳରେ ବାବୁସାନ ନିଜ ଘରର ବାଲକୋନିକୁ ଆସି ପ୍ରଶଂସକଙ୍କ ସହ କଥା ହୋଇଥିଲେ । ଶୁଭେଚ୍ଛା ପାଇଁ ପ୍ରଶଂସକଙ୍କୁ ଧନ୍ୟବାନ ଜଣାଇଲେ ବାବୁସାନ ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁସାନଙ୍କ ନାଁରେ ଆଇପିସିର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି । ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି । ଏହା ସହ ଓଲିଉଡରେ ନିଶା ଦ୍ରବ୍ୟ ବ୍ୟବହାର ନେଇ ଥାନାରେ ଏତଲା ଦେଇଛି କଳିଙ୍ଗ ସେନା ।

Get real time updates directly on you device, subscribe now.