fbpx

ବିଲେଇ ଘରେ ଥିଲେ ଦେଖାଦିଏ ସଙ୍କଟ, ଥରେ ଦେଖନ୍ତୁ ଏହି ରିପୋର୍ଟ…

ଆମ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଆମେ ନିଜର ରିଷ୍ଟ ଖଣ୍ଡନ ପାଇଁ ଜୀବଜନ୍ତୁ ପାଳିବା ଓ ଜୀବଜନ୍ତୁଙ୍କ ସେବା କରିବା କରିବାର ମାନ୍ୟତା ରହିଛି। କିନ୍ତୁ ସବୁ ଜୀବଜନ୍ତୁ ଙ୍କୁ ଗୃହ ପାଳିତ ପଶୁ ଭାବରେ ପାଳନ କରିବା ମଧ୍ୟ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ଠିକ ନୁହେଁ। ବିଶେଷ ଭାବରେ ଗାଈ ପାଳିବାର ସାମଞ୍ଜସ୍ୟ ରହିଛି ଯେ ଗୋ ମାତାର ସେବା କରିବା ଦ୍ୱାରା ଜୀବନରେ ସୁଖଶାନ୍ତି ମିଳିଥାଏ। ଏହାଛଡା ଗୋ ମାତା ଙ୍କ ସେବା କରିବା ଦ୍ୱାରା ୭ଜନ୍ମ ର ପାପ ଦୂର ହୋଇଥାଏ। କିନ୍ତୁ ହିନ୍ଦୁ ଧର୍ମରେ ବିଲେଇ ପାଳିବା ହେଉଛି ଗୋଟିଏ ସଙ୍କଟ କୁ ନିମନ୍ତ୍ରଣ କରିବା ସହିତ ସମାନ ଅଟେ।

ପୂର୍ବ କାଳରେ କୁହାଯାଉଥିଲା ଯେ ଯେଉଁଠି ବିଲେଇ ରହିଥାଏ ସେଠାରେ ସର୍ପ ବାସ କରିଥାଏ। ତେଣୁ ବିଲେଇକୁ ଗୋଟିଏ ଗୃହ ପାଳିତ ଜୀବ ଭାବରେ ଗ୍ରହଣ କରାଯାଇ ପାରେନା। ଏହାକୁ ନେଇ କିଛିଟା ଜ୍ୟୋତିଷ ଶାସ୍ତ୍ରରେ ମତ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ବିଲେଇ ଘରେ ପାଳିବା ଦ୍ୱାରା ରୋଗ ବୈରାଗର ପ୍ରଭାବ ଅଧିକ ଗୃହରେ ବଢି ଯାଇଥାଏ। ସର୍ବଦା ଗୃହ ରେ କିଛିନା କିଛି ବିଘ୍ନ ଦେଖା ଦେଇଥାଏ। ଯେମିତି ବିଲେଇ ଯଦି ଘରେ କାନ୍ଦନ୍ତି କିମ୍ବା କଳି କରନ୍ତି ତେବେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ବିଲେଇ ରଖିବା ହିନ୍ଦୁ ଧର୍ମରେ ଠିକ ନୁହେଁ।

ଯଦି ଆପଣ କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରି ଯାଉଛନ୍ତି ଓ ଏହି ସମୟ ରେ ବିଲେଇ ଘର ଭିତରେ ଆପଣଙ୍କ ସାମ୍ନା କୁ ଆସୁଛି ତେବେ କାର୍ଯ୍ୟରେ ବିଫଳତା ଦେଖାଦିଏ। ବିଲେଇ ଘରକୁ ଆସିବା ହେଉଛି ସଙ୍କଟର କାରଣ ଅଟେ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥାଏ। ଘରେ ସବୁବେଳେ କଳହ ଓ ଚିନ୍ତା ଦେଖା ଦେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କ୍ଷୀର ଚନ୍ଦ୍ରଙ୍କ ସହିତ ସମାନ ଅଟନ୍ତି। ଘରେ ଯଦି କ୍ଷୀର ନଷ୍ଟ ହୁଏ ତେବେ ଚନ୍ଦ୍ରଙ୍କ ଉପରେ ରାହୁଙ୍କ ଦୁଃସପ୍ରଭାବ ଅଟେ କ୍ଷାସେହିଭଳି ଆପଣଙ୍କ ଘରେ ଥିବା ଦୁଗ୍ଧ କୁ ଯଦି ବିଲେଇ ପିଇ ଦେଇଥାଏ ତେବେ ଏହା ଅଶୁଭ। ଏହାଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ। ବିଲେଇ ମାନେ ଘରେ ଚୋବାଇବା ଦ୍ୱାରା ଧନହାନୀର ସୂଚନା ଅଟେ। ତେଣୁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ବୈଜ୍ଞାନିକ କାରଣ:

-ବିଲେଇ ମାନେ ଘରେ ବାସ କରିବା ଦ୍ୱାରା ସେମାନଙ୍କ ଶରୀରରୁ ନିଷ୍କ୍ରିୟ ଦୁର୍ଗନ୍ଧ ଦ୍ୱାରା ଘରେ ରୋଗ ବୈରାଗ ଦେଖା ଯାଇଥାଏ।
-ବିଲେଇ ମାନଙ୍କ ଯୋଗୁଁ ଥଣ୍ଡା ଜନିତ ସମସ୍ୟା ଅଧିକ ଦେଖାଦିଏ।
-ଯେଉଁ ଘରେ ବିଲେଇ ରହୁଛନ୍ତି ସେଠାରେ ଶ୍ୱାସରୋଗୀ ରହିବା ଉଚିତ ନୁହେଁ । ଏହାଦ୍ୱାରା ଶ୍ୱାସ ସମସ୍ୟା ଅଧିକ ଦେଖାଦିଏ।
-ବିଲେଇ ଥିବା ଘରେ ପ୍ରାୟତଃ ଚର୍ମ ଜନିତ ବିଭିନ୍ନ ଇନଫେକ୍ସନ ଦେଖାଦିଏ।

Get real time updates directly on you device, subscribe now.