fbpx

ପୁଣି ସୁନା ହେଲା ମହଙ୍ଗା, ଗୋଟିଏ ସପ୍ତାହରେ ମୂଲ୍ୟ ଏତେ ବୃଦ୍ଧି ପାଇଲା

ନୂଆଦିଲ୍ଲୀ: ବିବାହ ସିଜନ୍ ଯିବା ପରେ ସୁନା ଗହଣା ଦାମ୍‌ରେ ସାମାନ୍ୟ ହ୍ରାସ ପାଇଥିଲା। ଏହା ପରେ ସୁନା ଦରରେ ହ୍ରାସ ବୃଦ୍ଧି ଲାଗି ରହିଥିଲା। ଏଥି ସହିତ, ଏହାର ମୂଲ୍ୟରେ ସପ୍ତାହକ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହା ସହିତ ସୁନା ବର୍ତ୍ତମାନ ୫୧ ହଜାର ଟଙ୍କା ଅତିକ୍ରମ କରିଛି। ଗତ ସପ୍ତାହ ଆରମ୍ଭରେ, ସୁନାରେ ବୃଦ୍ଧି ଘଟିଥିଲା ଯାହା ସପ୍ତାହ ସାରା ଦେଖାଯାଉଥିଲା। ଗତ ସପ୍ତାହ ଆରମ୍ଭରେ ସୁନା ୫୧ ହଜାର ତଳେ ରହିଥିବା ବେଳେ ୫୦ ହଜାର ଉପରେ ଥିଲା କିନ୍ତୁ, ଏବେ ଏହା ପୁଣି ବୃଦ୍ଧି ପାଇଛି।

ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ ଜୁଲାଇ ୨୫ ରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୫୦୮୦୩ ଟଙ୍କା ଥିଲା। ଏହା ପରେ ଏହା ବୃଦ୍ଧି ପାଇ ଜୁଲାଇ ୨୬ ରେ, ୧୦ ଗ୍ରାମ ପ୍ରତି ସୁନା ୫୦୮୨୨ ଟଙ୍କା ଛୁଇଁଲା। ତେବେ ପରଦିନ ଜୁଲାଇ ୨୭ ରେ ସୁନାରେ ହ୍ରାସ ଘଟି ଏହାର ମୂଲ୍ୟ ହ୍ରାସ ପାଇଲା। ଜୁଲାଇ ୨୭ ରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦୭୮୦ ଟଙ୍କାକୁ ଖସି ଆସିଥିଲା।

ଏହା ପରେ, ପରଦିନ ଜୁଲାଇ ୨୮ ରେ, ପୁଣି ଥରେ ସୁନା ଦର ବୃଦ୍ଧି ପାଇଁ ୫୧ ହଜାରରୁ ଅଧିକ ହୋଇଗଲା। ଜୁଲାଇ ୨୮ ରେ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧୧୭୪ ଟଙ୍କାକୁ ବୃଦ୍ଧି ପାଇଲା। ଏଥି ସହିତ ପରଦିନ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଘଟିଥିଲା। ଜୁଲାଇ ୨୯ ରେ ମଧ୍ୟ ସୁନା ମୂଲ୍ୟରେ ଏକ ବଡ ବୃଦ୍ଧି ପାଇଥିଲା। ଜୁଲାଇ ୨୯ ରେ, ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧୬୨୩ ଟଙ୍କା ବନ୍ଦ ହୋଇଥିଲା। ଏହା ସହିତ ଏକ ସପ୍ତାହ ମଧ୍ୟରେ ସୁନାରେ ବମ୍ପର ବୃଦ୍ଧି ଘଟିଛି। ଦୀର୍ଘ ସମୟ ଧରି ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୫୦ ହଜାର ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ପୁଣି ସୁନା ଦର ବୃଦ୍ଧି ପାଇଛି।

Get real time updates directly on you device, subscribe now.