fbpx

ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ, ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱରର କାରବାର ପେଣ୍ଠସ୍ଥଳୀ ଭାବେ କୁହାଯାଉଥିବା ମାର୍କେଟ୍‌ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ରବିବାର ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ସୂଚନାନୁଯାୟୀ ମାର୍କେଟ୍‌ ବିଲ୍ଡିଂ ଅଞ୍ଚଳ ରାସ୍ତାପାଶ୍ୱର୍ରେ ବସୁଥିବା ଦୋକାନୀମାନେ ବଳପୂର୍ବକ ମାର୍କେଟ୍‌ ବିଲ୍ଡିଂ ପରିସରକୁ ପ୍ରବେଶ କରି ସେଠାରେ ସେମାନଙ୍କ ଷ୍ଟଲ୍‌ ବସାଇଥିଲେ ଯାହାକୁ ଟ୍ରେଡର୍ସ ୟୁନିୟନ୍‌ ଆସୋସିଏସନ୍‌ର ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ । ଏପରିକି ଟ୍ରେଡର୍ସ ୟୁନିୟନ୍‌ ଆସୋସିଏସନର ସଦସ୍ୟମ।।ନେ ଅଭିଯୋଗ କରିଛନ୍ତି କି ରାସ୍ତା ପାଶ୍ୱର୍ ଦୋକାନୀମାନେ ତାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ । ପରେ ସେମାନେ କ୍ୟାପିଟାଲ ଥାନାକୁଖବର ଦେବା ପରେ ପୋଲିସ ଘଟଣାସ୍ଥଳକୁ ଆସିଥିଲା ।

ସୂଚନାନୁଯାୟୀ କିଛିଦିନ ତଳେ ବିଏମ୍‌ସି ମଧ୍ୟ ମାର୍କେଟ୍‌ ବିଲ୍ଡିଂ ଅଞ୍ଚଳରେ ଅବୈଧ ଦୋକାନୀଙ୍କୁ ଉଚ୍ଛେଦ କରିବା ନେଇ ସୂଚନା ଜାରି କରିଥିଲା । ଏପରିକି ପ୍ରାୟ ସମୟରେ ଏଠାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ । ଗତ କିଛିଦିନ ତଳେ ଉଭୟପକ୍ଷ ମଧ୍ୟରେ ବିବାଦ ଉପୁଜିବାରୁ ଉଠା ଦୋକାନୀମାନଙ୍କୁ ବିଏମ୍‌ସି ପକ୍ଷରୁ ଉଠାଇ ଦିଆଯାଇଥିଲା । ମାର୍କେଟ୍‌ ବିଲ୍ଡିଂରେ ଥିବା ସ୍ଥାୟୀ ଦୋକାନୀମାନେ ଅଭିଯୋଗ କରିଥିଲେ ଯେ ଉଠା ଦୋକାନୀଙ୍କ ପାଇଁ ସେମାନଙ୍କ ବ୍ୟବସାୟରେ କ୍ଷତି ପହଞ୍ଚୁଛି । ତେବେ କିଛିଦିନ ପରେ ଉଠା ଦୋକାନୀମାନେ ପୁଣିଥରେ ଆଡ୍ଡା ଜମାଇବାରୁ ଉଭୟପକ୍ଷ ମଧ୍ୟରେ ବିବାଦ ସୃଷ୍ଟି ହୋଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ।

Get real time updates directly on you device, subscribe now.