fbpx

(video) “See you in Second Innings”: ଇନଷ୍ଟାରେ ଭାଇରାଲ ହେଉଛି ପ୍ରକୃତିଙ୍କ ବୟାନ

ଭୁବନେଶ୍ୱର: ବାବୁସାନଙ୍କ ସହ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ବିଷୟରେ ସଫେଇ ଦେବାକୁ ଯାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସଠିକ୍ ସମୟ ଆସିଲେ ନ୍ୟାୟ ପାଇବେ ବୋଲି ପ୍ରକୃତି ଏହି ପୋଷ୍ଟ ମାଧ୍ୟମରେ କହିଛନ୍ତି ।

ପ୍ରକୃତି ନିଜ ଇନଷ୍ଟା ଆକାଉଣ୍ଟରେ ଲେଖିଛନ୍ତି ଯେ, “ଠିକ୍ ଆଉ ଭୁଲ୍ ଭିତରେ ଗୋଟିଏ ମଇଦାନ ଅଛି, ସେଠି ତୁମ ମାନଙ୍କ ମଧ୍ୟରୁ ବହୁତ କମ ଲୋକଙ୍କୁ ମୁଁ ମିଳିବି’ା ସି ୟୁ ଅଲ ଇନ ମାଇଁ ସେକେଣ୍ଡ ଇନିଙ୍ଗସ୍ ।’ ତେବେ କ’ଣ ପ୍ରକୃତିଙ୍କର ଏହି ସେକେଣ୍ଡ ଇନିଂସ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହାପରେ ସେ ଲେଖିଛନ୍ତି, ଜୀବନର ଦ୍ୱିତୀୟ ପର୍ଯ୍ୟୟରେ ଦେଖା ହେବା । ସେ ପର୍ଯ୍ୟନ୍ତ ରକଷ୍ଟାର ହୋଇ ରୁହନ୍ତୁ, ଦୟା ମନୋଭାବ ଓ ହସର ସହ ସବୁ ପରିସ୍ଥିତିର ସାମ୍ନା କରନ୍ତୁ । ଯାହା ବି ଘଟୁ ନିଜର ସୁସ୍ଥ ଚିନ୍ତା ବଜାୟ ରଖନ୍ତୁ ବୋଲି ନିଜ ଫ୍ୟାନ୍ସମାନଙ୍କୁ କହିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

ପ୍ରତିକୂଳ ପରିସ୍ଥିତିରେ ତୁମେ କିପରି ରିଆକ୍ସନ କରୁଛ ତାହା ହିଁ ତୁମ ନିଜ ଆତ୍ମାର ପ୍ରତିଫଳନ । ସବୁ ପରିସ୍ଥିତିରେ ଶାନ୍ତି ରହିବାକୁ ଚେଷ୍ଟା କରନ୍ତୁ ଏବଂ ଶାନ୍ତି ହିଁ ଚୟନ କରନ୍ତୁ । ଯେତେବେଳେ ତୁମେ ଜାଣିଛ କି ତୁମ ଉଦ୍ଦେଶ୍ୟ ଠିକ୍ ଅଛି ତେବେ କାହାରିକୁ କିଛି କହିବା ଜରୁରୀ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହି ସବୁ ମେସେଜ ଲେଖି ସେ ନ୍ୟାୟର ଆଶାରେ ରହିଛନ୍ତି । ସେପଟେ ବାବୁସାନ ଏବଂ ତୃପ୍ତିଙ୍କ ମଧ୍ୟରେ ବୁଝାମଣା ଆଗକୁ ଯିବା ସହିତ ଘଟଣାର ସମାଧାନ ହେବାକୁ ବସିଲାଣି ।

Get real time updates directly on you device, subscribe now.