fbpx

ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଚୁଲବୁଲି ଶ୍ରୀନିଧି, ‘କେଜିଏଫ୍‌’ଠାରୁ ଏହି ସିନେମା ପାଇଁ ଦୁଇଗୁଣ ପାରିଶ୍ରମିକ ନେଉଛନ୍ତି ଅଭିନେତ୍ରୀ

ମୁମ୍ବାଇ: “କେଜିଏଫ୍‌’ ଫେମ୍‌ ଶ୍ରୀନିଧି ସେଟ୍ଟୀ ଏବେ ପରିଚିତ ନାଁ । “କେଜିଏଫ୍‌’ ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କ ପ୍ରିୟ ପାଲଟିଥିବା ଶ୍ରୀନିଧି ଏବେ ତାମିଲ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମଟିର ନାଁ “କୋବ୍ରା’ । ଚଳଚ୍ଚିତ୍ରଟି ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେଜିଏଫ୍‌ ଚଳଚ୍ଚିତ୍ର ପାଇଁ ଶ୍ରୀନିଧି ଯେତିକି ଟଙ୍କା ନେଇଥିଲେ “କୋବ୍ରା’ ପାଇଁ ତା’ର ଦ୍ୱିଗୁଣ ପାରିଶ୍ରମିକ ନେଇଛନ୍ତି ।

“କେଜିଏଫ୍‌’ ସିରିଜ୍‌ରେ ଶ୍ରୀନିଧି ରୀନା ଭୂମିକାରେ ଅବତୀର୍ଣ୍ଣ ହୋଇଥଲେ । ଏହି ଭୂମିକା ପାଇଁ ତାଙ୍କୁ ଅନେକ ଗ୍ରହଣୀୟତା ମିଳିଛି । “କେଜିଏଫ୍‌’ ଫିଲ୍ମ ପରେ ପରେ ଶ୍ରୀନିଧି ତାଙ୍କ ଚଳଚ୍ଚିତ୍ର କୋବ୍ରା ପାଇଁ ପ୍ରମୋସନ୍‌ ଆରମ୍ଭ କରି ଦେଇଛନ୍ତି । ନିକଟରେ “କୋବ୍ରା’ର ଅଡିଓ ରିଲିଜ୍‌ ଉତ୍ସବରେ ଶ୍ରୀନିଧି ଉପସ୍ଥିତ ରହିଥିଲେ । ତେବେ ଏହି ଚଳଚ୍ଚିତ୍ରରେ ଶ୍ରୀନିଧିଙ୍କ ଦରମା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି ।

“କେଜିଏଫ୍‌’ ଚାପ୍ଟର-୧ର ସଫଳତା ପରେ ଚାପ୍ଟର-୨ ପାଇଁ ଶ୍ରୀନିଧି ୩ କୋଟି ଟଙ୍କା ଦାବି କରିଥିଲେ । ଥରେ ଭାବନ୍ତୁ ତ “କୋବ୍ରା’ ଚଳଚ୍ଚିତ୍ର ପାଇଁ ସେ ତାହାର ଦ୍ୱିଗଣ ଟଙ୍କା ଦାବି କରିଛନ୍ତି । “କୋବ୍ରା’ ହେଉଛି ଏକ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଜ୍ଞାନମୁଥୁ । ଏହି ଫିଲ୍ମରେ ଚିଆଁ ବିକ୍ରମ, ପୂର୍ବତନ କ୍ରିକେଟର ଇର୍ଫାନ ପଠାନ୍‌, ମିଆ ଜର୍ଜ ଏବଂ ରୋଶନ ମାଥିଓ

Get real time updates directly on you device, subscribe now.