ରାଜଧାନୀରେ ଚିହ୍ନଟ ହେଲା ଆଉ ଏକ ମଙ୍କିଫକ୍ସର ମାମଲା

ନୂଆଦିଲ୍ଲୀ:ବଢ଼ିଲା ମଙ୍କି ଫକ୍ସ ମାମାଲା । ଦିଲ୍ଲୀରୁ ଚିହ୍ନଟ ହେଲା ଆଉ ଏକ ମଙ୍କିଫକ୍ସ ମାମଲା । ସୂଚନା ଅନୁସାରେ ଦିଲଫଲୀର ୩୫ ବର୍ଷୀୟ ନାଇଜେରିଆନ ବ୍ୟକ୍ତି ମଙ୍କି ଫକ୍ସରେ ଆକ୍ରାନ୍ତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ମୋଟ ୬ଟି ମଙ୍କିଫକ୍ସ ମାମଲା ରହିଛି । ଯେଉଁଥିରୁ କେରଳରୁ ୪ଟି ଏବଂ ରାଜଧାନୀ ଦିଲ୍ଲୀରୁ ୨ଟି ମାମଲା ରହିଛି ।

ଏହା ପୂର୍ବରୁ ସୂଚନାଅନୁସାରେ ଜୁଲାଇ ୧୯ରେ ଜଣେ ମଙ୍କି ଫକ୍ସ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଏବଂ ତାଙ୍କର ନମୁନା ଯାଞ୍ଚ ହୋଇ ଆସିବା ପରେ ସେ ମଙ୍କି ଫକ୍ସରେ ପୀଡିତ ଥିଲେ ବୋଲି ଜଣାଯାଇଛି ।

ବର୍ତ୍ତମାନ ସାରା ଦେଶରେ ମଙ୍କ ଫକ୍ସର ଆତଙ୍କ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଯାହା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ମଧ୍ୟ ସଜାଗ ରହିଥିବା ବେଳେ ବିଦେଶ ଫେରନ୍ତାଙ୍କ ପାଇଁ ଟେଷ୍ଟିଙ୍ଗ ଙ୍କୁ ଅଧିକ କଢ଼ାକଢ଼ି କରାଯାଇଛି ।