fbpx

କାହିଁକି ୫ଟି ବଲ୍ ଖେଳି ପ୍ୟାଭିଲିୟନ ଫେରିଯାଇଥିଲେ ରୋହିତ ଶର୍ମା ? ବଡ଼ ସୂଚନା ଦେଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ବଡ଼ ବିଜୟ ହାସଲ କରିଛି। ପାଞ୍ଚ ମ୍ୟାଚ୍ ବିଷିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌କୁ ୭ ଉଇକେଟ୍‌ରେ ବିଜୟୀ ହୋଇଛି। ଏହା ସହିତ ଭାରତ ସିରିଜରେ ୨-୧ରେ ଅଗ୍ରଣି ହାସଲ କରି ନେଇଛି। ତେବେ ଏହି ମୁକାବିଲାରେ ବିଜୟ ସହିତ ଭାରତୀୟ ଦଳର ପ୍ରଶଂସକଙ୍କ ପାଇଁ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିୟମିତ ଅଧିନାୟକ ରୋହିତ ଶର୍ମା ପୁଣି ଇନଜୁରୀର ଶିକାର ହୋଇଛନ୍ତି।

ଗତକାଲି ମ୍ୟାଚ୍‌ରେ ରୋହିତ ମାତ୍ର ୫ଟି ବଲ୍ ଖେଳି ପ୍ୟାଭିଲିୟନ୍ ଫେରିଯାଇଥିଲେ। ଏହି ପାଞ୍ଚ ବଲରେ ରୋହିତ ଗୋଟିଏ ଛକ୍କା ଓ ଗୋଟିଏ ଚୌକା ମାରିଥିଲେ । ୧୧ ରନ୍ କରି କେଳୁଥିବା ସମୟରେ ତାଙ୍କୁ କୌଣସି ସମସ୍ୟା ହେବାରୁ ତାଙ୍କୁ ମେଡିକାଲ ଟିମ୍ ତୁରନ୍ତ ଚିକିତ୍ସା କରିଥିଲେ। ଏହା ପରେ ରୋହିତ ପୟାଭିଲିୟନ ପେରିଯାଇଥିଲେ। ତେବେ କେଉଁ କାରଣ ପାଇଁ ରୋହିତ ଲଉଟିଯାଇଥିଲେ ତାହା ଜଣାପଡି ନଥିଲା। ଏବେ ବିସିସିଆଇ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ରୋହିତଙ୍କ ଅଣ୍ଟାରେ ଯନ୍ତ୍ରଣା ହେବାରୁ ସେ ରିଟାୟହର୍ଟ ହୋଇ ମେଡିକାଲ ଟିମ୍ ସହ ପ୍ୟାଭିଲିୟନ ଚାଲି ଯାଇଥିଲେ। ଏହା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିଆଇ) ଟ୍ୱିଟ୍ କରି ରୋହିତ୍‌ଙ୍କ ଇନ୍‌ଜୁରୀ ବିଷୟରେ ସୂଚନା ଦେଇଥିଲା । ତେବେ ଏହି ମ୍ୟାଚ୍‌ରେ ୧୬୪ରନ୍‌ର ବିଜୟ ଲକ୍ଷକୁ ପିଛା କରି ସୂର୍ଯ୍ୟକୁମାର ଯାଦବଙ୍କ(୪୪ ବଲ୍‌ରୁ ୭୬ ରନ୍‌) ପାଳି ସାହାଯ୍ୟରେ ଭାରତ ବିଜୟ ହାସଲ କରି ନେଇଥିଲା।

 

Get real time updates directly on you device, subscribe now.