ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧୀଦଳ ନେତା ମାନେ ମାର୍ଗେରେଟା ଆଲଭାଙ୍କ ନାମ ଘୋଷଣା କରିଛି । ତେବେ ଆଜି ବିଏସପି ତଥା ବହୁଜନ ସମାଜ ପାର୍ଟୀର ସଭାପତି ମୟାବତୀ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ ଘୋଷଣା କରିଛି ।
ମାୟାବତୀ ବୁଧବାର ଦିନ ଏକ ଟ୍ୱିଟ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ସରକାରୀ ଏବଂ ବିରୋଧୀ ଦଳଙ୍କ ଅସହମତି କାରଣରୁ ଶେଷରେ ଦେଶର ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ ହେଲା । ଏବଂ ଆଗାମୀ ୬ ତାରିଖରେ ମଧ୍ୟ ଏହି ସମାନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ।
ଏହାପରେ ସେ କହିଛନ୍ତି ସେ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ନିଜସ୍ୱ ପରିବର୍ତ୍ତନ ପାଇଁ ସେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ ଜଣାଉଛନ୍ତି ।
ଯାହା କଳ୍ପନା କରାଯାଉଛି ରାଷ୍ଟ୍ରପତି ନିର୍ବାଚନ ପରି ଉପରାଷ୍ଟ୍ରପତି ନିର୍ବାଚନ ରେ ମଧ୍ୟ ଏନଟିଏ ପ୍ରାର୍ଥୀ ଙ୍କ ବିଜୟ ସୁନିଶ୍ଚିନ୍ତ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ରାଜ୍ୟପାଳ ଆସନରୁ ଇସ୍ତଫା ଦେଇଛନ୍ତି । ଜଣେ ଓକିଲ ଭାବରେ ନିଜର ଯାତ୍ରା ଆରମ୍ଭ କରିଥିବା ଧନଖଡ୧୯୮୯ରେ ରାଜନୀତିରେ ପାଦ ଦେଇଥିଲେ ।