fbpx

ଦୀର୍ଘଦିନ ଧରି କମ୍ ଦରମାରେ ଚାକିରି କରିବା ଦ୍ୱାରା ମଣିଷର ସ୍ମରଣଶକ୍ତି ହ୍ରାସ ପାଇଥାଏ, ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ ମଣିଷର ବ୍ରେନ ଉପରେ ଆଧାରିତ କିଛି ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଯଦି ଆପଣମାନେ ଦୀର୍ଘଦିନ ଧରି କମ୍ ଦରମାରେ କାମ କରୁଛନ୍ତି, ତେବେ ବୃଦ୍ଧାବସ୍ଥାରେ ଏହା ଆପଣଙ୍କର ସ୍ମରଣଶକ୍ତି ଉପରେ ପ୍ରଭାବ ପକାଇପାରେ । କମ୍ ବେତନ ଆପଣଙ୍କର ମେମେରିକୁ ହ୍ରାସ କରିଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଲୋକଙ୍କ ଠାରେ ହାଇପରଟେସନ, ଅବସାଦ ପରି ଲକ୍ଷଣ ସବୁ ଦେଖାଦେଇଥାଏ । କ୍ରମାଗତ ଭାବେ ସ୍ୱଳ୍ପ ଧରଣର ରୋଜଗାର ଜଣଙ୍କର ବ୍ରେନର ମେମୋରି ଉପରେ ପ୍ରଭାବ ପକାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ଏଥିପାଇଁ ୧୯୩୬ରୁ ୧୯୪୧ ମଧ୍ୟରେ ଜନ୍ମଗ୍ରହଣ କରିଥିବା ୨୮୭୯ ଜଣଙ୍କୁ ଏକତ୍ର କରାଯାଇଥିଲା । ସେମାନଙ୍କୁ ୩ ଭାଗରେ ବିଭକ୍ତ କରି ୧୯୯୨ରୁ ୨୦୦୪ ମଧ୍ୟରେ ସେମାନଙ୍କର ରୋଜଗାରକୁ ସମୀକ୍ଷା କରାଯାଇଥିଲା ।

ତେବେ ସମସ୍ତ ପ୍ରତିଯୋଗୀଙ୍କ ମେମୋରି ୨୦୦୪ରୁ ୨୦୧୬ ପର୍ଯ୍ୟନ୍ତ ୧୨ ବର୍ଷ ମଧ୍ୟରେ ହ୍ରାସ ପାଇଥିବା ଦେଖାଯାଇଥିଲା । ଯେଉଁମାନେ ସର୍ବଦା କମ୍ ରୋଜଗାର କରୁଥିଲେ ବୃଦ୍ଧାବସ୍ଥାରେ ସେମାନଙ୍କର ମେମୋରି ଶକ୍ତି ହ୍ରାସ ପାଇଥି

Get real time updates directly on you device, subscribe now.