fbpx

ଏଥର ଅପହଞ୍ଚ ଗଭୀର ଜଳରେ ଗବେଷଣା ସମ୍ଭବ! ରୋବୋଟ ତିଆରି କଲା NIT ରାଉରକେଲା

ରାଉରକେଲା: ଏଣିକି ପାଣି ଭିତରେ ମଧ୍ୟ ଗବେଷଣା ସମ୍ଭବ ହୋଇପାରିବ । ଏହି ଆଶାରେ ବର୍ତ୍ତମାନ ଏକ ରୋବୋଟ ତିଆରି କରିଛନ୍ତି ରାଉରକେଲା NITର ଛାତ୍ର । ରାଉରକେଲା NITର ପୂର୍ବତନ ଛାତ୍ର ତଥା ନୂତନ ଛାତ୍ର ମାନଙ୍କ ଏକ ଟିମ କୋରାସିଆ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଷ୍ଟାର୍ଟ ଅପ କମ୍ପାନୀ ତିଆରି କରିଛନ୍ତି । ତେବେ ଏହି କୋରେସିଆ ଟେକ୍ନୋଲୋଜିର ଟିମ ମେମ୍ବର ତିଆରି କରିଛନ୍ତି ଏହି ଅଣ୍ଡର ୱାଟର ରୋବୋଟ ।

ଯାହା ସ୍ଥାୟୀ ପ୍ରଯୁକ୍ତି ବିଦ୍ୟା ବିକାଶ କରିବା ସହ ଅନ୍ୟାନ୍ୟ ଜଳ ପ୍ରକଳ୍ପ ପାଇଁ ଭିତ୍ତିଭୂମିର ବିକାଶ ଏବଂ ସ୍ଥାୟୀତ୍ୱ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଜଳ ଭିତରେ ଯେଉଁ ଜାଗାକୁ ମଣିଷ କିମ୍ବା ଅନ୍ୟ କୌଣସି ଡିଭାଇସ ପହଞ୍ଚିବାରେ ଅସମର୍ଥ ହେଉଛିି, ସେଠାରେ ଏହି ଅଣ୍ଡର ୱାଟର ରୋବୋଟ ପହଞ୍ଚିବ । ଏବଂ ତା ମଧ୍ୟରେ ଥିବା କ୍ୟାମେରା, ଥର୍ମାଲ ସେନ୍ସର ଓ ସୋନାର ଭଳି ଉନ୍ନତ ଧରଣର ସେନ୍ସର ଗଭୀର ଜାଗାକୁ ଯାଇ ସଠିକ ତଥ୍ୟ ପ୍ରଦାନ କରିବାରେ ସହଯୋଗ କରିପାରିବ ।

ପ୍ରାୟ ୬ ମାସ ମଧ୍ୟରେ ଏହି କୋରାସିଆ ଟେକ୍ନୋଲୋଜିର ଟିମ ଏହି ୱାଟର ରୋବଟକୁ ନିର୍ମାଣ କରିଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସମୟରେ ଏହି କୋରାସିଆ ଟେକ୍ନୋଲୋଜି ରାଉରକେଲା ଇସ୍ପାତ କାରଖାନା SAIL ସହ ସହବନ୍ଧିତ ଭାବେ ଏକ ପ୍ରୋଜେକ୍ଟ ସମାପ୍ତ କରିଛନ୍ତି ଏବଂ ଏହି ପ୍ରୋଜେକ୍ଟ କିଭଳି ଆଗାମୀ ଦିନରେ ଆହୁରି ଆଦୃତ ଏବଂ ଲୋକପ୍ରିୟ ହୋଇ ପାରିବ ସେ ନେଇ ଚେଷ୍ଟା ଜାରି ରହିଛି ।

 

Get real time updates directly on you device, subscribe now.