fbpx

ଆଜି ବଡ ନିଷ୍ପତ୍ତି ନେଇ ପାରେ ଆରବିଆଇର,ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ମୁଦ୍ରାସ୍ପୀତି ଚାପକୁ ଦୂର କରିବା ପାଇଁ ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଦିନ ପଲିସି ରେପୋ ହାରକୁ ୨୫ ରୁ ୩୫ ପଏଣ୍ଟ ବୃଦ୍ଧି କରିବାର ସମ୍ଭାବନା ରହିଛି । ଯଦି ସୁଧ ହାର ବଢ଼ାଯାଏ ତେବେ ଏହା ତୃତୀୟ ଥର ହେବ ବୋଲି ଆଶଙ୍କା କରାଯାଉଛି । ଚଳିତବର୍ଷ ତିନିଥର ସୁଧହାର ବଢ଼ାଯିବ ।

ସୂଚନା ମୁତାବକ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ବୁଧବାର ଦିନ ମୁଦ୍ର ନୀତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଦ୍ରସ୍ପୀତି ବୃଦ୍ଧି ନେଇ ଆଲୋଚନା କରାଯାଇଥିଲା । ଆଜି ଦିନ ୧୦ଟାରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରା ନୀତି କମିଟି ନିଷ୍ପତ୍ତି ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ତେବେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ଆବାସିକ ମୁଦ୍ରା ନୀତି ଆଭିମୁଖ୍ୟକୁ ଧୀରେ ଧୀରେ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ।

ସୂଚନା ମୁତାବକ ଏହି ଧାରାକୁ ଅନୁସରଣ କରି ବ୍ୟାଙ୍କ ଅଫ ଇଂଲଣ୍ଡ ଗୁରୁବାର ୨୭ ବର୍ଷର ମଧ୍ୟରେ ସବୁଠାରୁ ବଡ ସୁଧ ହାର ବୃଦ୍ଧି ଘୋଷଣା କରିଛି ।ୟୁକ୍ରେନ ଯୁଦ୍ଦ କାରଣରୁ ବିଟ୍ରେନର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିଛି, ଏବଂ ସୁଧହାରରେ ବୃଦ୍ଧି ଏହା ପଛର ମୁଖ୍ୟ କାରଣ ରହିଛି।

Get real time updates directly on you device, subscribe now.