fbpx

ସର୍ବଦା ଚିନ୍ତାରେ ରହୁଛନ୍ତି କି ? ଥାଇପାରେ ଏହି କାରଣ

କଥାରେ ଅଛି ମନ ସୁସ୍ଥ ରହିଲେ ଶରୀର ମଧ୍ୟ ସୁସ୍ଥ ରହିଥାଏ । ସେଥିପାଇଁ ସର୍ବଦା ଶରୀରିକ ସୁସ୍ଥତା ସହିତ ମାନସିକ ସୁସ୍ଥତା ମଧ୍ୟ ଏକାନ୍ତ ଆବଶ୍ୟକ । କାରଣ ମଣିଷର ଚିନ୍ତା ଅନେକ ରୋଗର ମୂଳ କାରଣ ହୋଇଥାଏ । ତେଣୁ ଆପଣ କୌଣସି କଥାରେ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ନଚେତ୍ ଆପଣ ନିଜର ହିଁ କ୍ଷତି କରିବେ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିଥାନ୍ତି । ତେବେ ଆମ ଶରୀରରେ ଏପରି କିଛି ହରମୋନ ଅଛି ଯାହା ଚିନ୍ତାକୁ ଅଧିକ ବଢାଇଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଚିନ୍ତା ପଛରେ କଣ ରହିଛି ପ୍ରକୃତ କାରଣ ।

ଚିନ୍ତାର ୭ଟି କାରଣ:

୧- ଖାଦ୍ୟନଳୀରେ ସଂକ୍ରମଣ: ଯଦି ଆପଣ ଚିନ୍ତା କିମ୍ବା ଅନ୍ୟ କୌଣସି ମାନସିକ ଦୁଃଚିନ୍ତାରେ ଅଛନ୍ତି ତେବେ ଏହାର କାରଣ ଆପଣଙ୍କ ଖାଦ୍ୟନଳୀରେ ଲୁଚି ରହିଥାଏ । ତେବେ କ୍ୟାଣ୍ଡିଡା, ଏସବିଓ ଫୁଡ ସେନସିଟିଭିଟିଜ ଆଦି କାରଣ ମନର ତିନ୍ତାକୁ ବଢାଇବାରେ ସହାୟକ ହୋଇଥାଏ ।

୨- ଥାଇରଏଡ୍ ଡିସଇନଫେକସନ୍ : ଥାଇରଏଡ୍ ଡିସଇନଫେକସନ୍ ଚିନ୍ତା, ପ୍ୟାନିକ୍ ଆଟାକ୍, ଉଦାସୀନତା ଓ ନକରାତ୍ମକ ବିଚାରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ।

୩- (କିଡନୀ) ବୃକକର କ୍ଳାନ୍ତି: ଆପଣଙ୍କ ଚିନ୍ତାକୁ ନିୟନ୍ତ୍ରଣ କରିବାରେ ବୃକକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ବୃକକର କ୍ଳାନ୍ତି ଆପଣଙ୍କ ଟ୍ରେସ୍ ହରମୋନକୁ ଉତ୍ପାଦନ କରିବାରେ ସାହାଯ୍ୟ କରେ । ଯାହାଫଳରେ ଆପଣ ସାମାନ୍ୟ କଥାରେ ମଧ୍ୟ ଅଧିକ ଚିନ୍ତିତ ହୋଇଯାଆନ୍ତି ।

୪- ଏଷ୍ଟ୍ରୋଜେନ୍ ଡୋମିନାସ୍: ଯେତେବେଳେ ଏଷ୍ଟ୍ରୋଜେନକୁ ସନ୍ତୁଳନ କରିବା ପାଇଁ ଆପଣଙ୍କ ପାଖରେ ପ୍ରର୍ଯ୍ୟାପ୍ତ ପରିମାଣରେ ପ୍ରୋଜେଷ୍ଟେରୋନ ନଥାଏ , ତେବେ ଆପଣଙ୍କ ଭାବନାକୁ ଆପଣ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଯାହାଫଳରେ ଆପଣଙ୍କର ମନରେ ଚିନ୍ତାଭାବ ବଢିଥାଏ ।

୫- ଅଟୋଇମ୍ୟୁନ୍ ଡିସଅର୍ଡର: ଅଟୋଇମ୍ୟୁନିଟି ହେଉଛି ଏକ ମାନସିକ ସମସ୍ୟା । ଏହି ରୋଗ ଆମର ମସ୍ତିଷ୍କ ଏବଂ ସ୍ନାୟୁ ଟିସୁକୁ ନଷ୍ଟ କରିଥାଏ । ଫଳରେ ମୁଡ୍ ଇନବାଲାନ୍ସ ବା ମନୋବଳ ଅସନ୍ତୁଳନ ହୋଇଥାଏ ।

୬- ହୃଦ୍ ରୋଗ: ଯେଉଁମାନଙ୍କର ହୃଦରୋଗ ସମସ୍ୟା ଅଛି ସେମାନଙ୍କ ମନରେ ଚିନ୍ତା ଅଧିକ ରହିଥାଏ । ଯାହାଫଳରେ ହୃଦଘାତ ପରି ଲକ୍ଷଣ ଦେଖାଦେଇଥାଏ ।

୭- ଟକ୍ସିକ୍ ମୋଲ୍ଡ ପଏଜିନିଙ୍ଗ: ମୋଲ୍ଡ ଟକ୍ସିସିଟି କାରଣରୁ ମାନସିକ ଚିନ୍ତା ହୋଇଥାଏ । ଯେଉଁଥିରେ ଚିନ୍ତା ,ଉଦାସିନତା, ନିଦ୍ରା ଅଭାବ ଏଦି ଅନେକ ସମସ୍ୟା ଦେଖା ଦେଇଥାଏ । ଏପରି ପରିସ୍ଥିତିରେ ଅନେକ ଲୋକଙ୍କୁ ଜଣା ନଥାଏ କି ସେମାନଙ୍କର ଏପରି ସମସ୍ୟା ଅଛି ।

Get real time updates directly on you device, subscribe now.