fbpx

ଯୁବରାଜ କିଣିଲେ ୧.୧୭ କୋଟିର ଦାମୀ କାର୍: ୬.୧ ସେକେଣ୍ଡରେ ପହଞ୍ଚିବ ୧୦୦ kmph ସ୍ପିଡ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଷ୍ଟାର ଅଲରାଉଣ୍ଡର ତଥା ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଯୁବରାଜ ୧.୧୭ କୋଟି ମୂଲ୍ୟର ଏକ ଦାମୀ ବିଏମଡବ୍ଲ୍ୟୁ ଏକ୍ସ୭ର ଟପ ଭାରିଆଣ୍ଟ ଏକ୍ସଡ୍ରାଇଭର୪୦ଆଇ ଏମ୍ ସ୍ପୋର୍ଟ କିଣିଛନ୍ତି । କାରର ଟପ୍ ସ୍ପିଡ ଘଣ୍ଟା ପ୍ରତି ୨୪୫ କିମି ରହିଥିବା ବେଳେ ମାତ୍ର ୬.୧ ସେକେଣ୍ଡରେ ଏହା ଘଣ୍ଟା  ପ୍ରତି  ୧୦୦ କିମି ବେଗରେ ଉଡ଼ିବ ।

ଯୁବରାଜ କିଣିଥିବା ଫାଇଟୋନିକ ବ୍ଲ କଲର କାର ମାର୍କେଟରେ ବହୁତ ପପୁଲାର ଅଟେ । ଏହା ପୂର୍ବରୁ ଯୁବିଙ୍କ ପାଖରେ ବିଏମଡବ୍ଲ୍ୟୁର ଏଫ୧୦ ଏମ୫, ଇ୬୦ ଏମ୫, ଏଫ୮୬ ଏକ୍ସ୬ଏମ ଓ ଇ୪୬ ଏମ୩ ପରି ଦାମୀ ଗାଡ଼ି ରହିଛି । ଏହି ବିଏମଡବ୍ଲ୍ୟୁରେ ୩.୦ ଲିଟରର ଟର୍ବୋ ଚାର୍ଜଡ ପେଟ୍ରୋଲ ଇଞ୍ଜିନ ରହିଛି । ଏହା ୩୪୦ ଏଚପିର ସର୍ବାଧିକ ପାୱାର ହୋଇଥିବା ବେଳେ ୪୫୦ ଏନଏମର ପୀକ୍ ଟାର୍କ ଜେନେରେଟ କରିପାରିବେ ।

ଫିଚର ଦୃଷ୍ଟିରୁ ଏହା କୌଣସି ଗୁଣରେ ପଛରେ ନାହିଁ । ବିଏମଡବ୍ଲ୍ୟୁ ଏକ୍ସ୭ରେ ଲେଜର ଲାଇଟ୍ ସହ ହ୍ୟାଣ୍ଡଲ୍ୟାମ୍ପ, ୨୨ ଇଞ୍ଚର ଅଏଲ ହ୍ୱିଲ ସହ ଏଲଇଡି ଟେଲ ଲ୍ୟାମ୍ପ ଓ ଇଲେକ୍ଟ୍ରି ଟେଲଗେଟ ରହିଛି । ଏଥିରେ ହାଇ କ୍ୱାଲିଟି ଲେଦର ଅପହୋଲଷ୍ଟ୍ରି, ପ୍ୟାନୋରମିକ ସନରୂଫ, ଏବିଏଣ୍ଟ ଲାଇଣ୍ଟିଂ, ଚାର-ଜୋର କ୍ଲାଇମେଟ କଣ୍ଟ୍ରୋଲ, ୩୬୦-ଡିଗ୍ରୀ କ୍ୟାମେରା, ଡିଜିଟଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଟଚସ୍କ୍ରିନ ଇମ୍ଫେଟେନମେଣ୍ଟ ସିଷ୍ଟମ ପରି ଫିଚର୍ସ ରହିଛି ।

Get real time updates directly on you device, subscribe now.