ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ କୁ ଭାରତ ୱେଷ୍ଟଇଣ୍ଡିଜକୁ ୮୮ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ସାତୋଟି ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଥିଲା। ଶ୍ରେୟାସ ଆୟାରଙ୍କ ୬୪ ରନର ଇନିଂସ ଖେଳିଥିଲେ। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ଦଳ ୧୫.୪ ଓଭରରେ ୧୦୦ ରନ୍ ସ୍କୋର କରିବା ପରେ ଅଲ ଆଉଟ୍ ହୋଇଯାଇଥିଲା।
ୱେଷ୍ଟଇଣ୍ଡିଜ୍ ପାଇଁ ଶିମ୍ରନ୍ ହେଟମାୟର ସର୍ବାଧିକ ୫୬ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଶାମର ବ୍ରୁକ୍ସ ୧୩ ରନ୍ ସଂଗ୍ରହ କରିଥିଲେ। ରବି ବିଷ୍ଣୋଇ ଭାରତ ପାଇଁ ୨.୪ ଓଭରରେ ୧୬ ରନ୍ ପାଇଁ ଚାରିଟି ୱିକେଟ୍ ନେଇଥିଲେ। ଏଥିସହିତ ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ତିନିଟି ୱିକେଟ୍ ନେଇଥିଲେ।
ଶ୍ରେୟାସ ଆୟରଙ୍କ ବ୍ୟତୀତ ଭାରତୀ ପାଇଁ ଦୀପକ ହୁଡା ୩୮, ସଞ୍ଜୁ ସାମସନ ୧୫, ଦୀନେଶ କାର୍ତ୍ତିକ ୧୨, ଇଶାନ କିଶନ ୧୧ ଏବଂ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ ସ୍କୋର କରିଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ଓଡିନ୍ ସ୍ମିଥ୍ ତିନୋଟି ୱିକେଟ୍ ନେଇଥିଲେ ଏବଂ ଜାସନ୍ ହୋଲ୍ଡର, ଡୋମିନିକ୍ ଡ୍ରେକସ୍ ଏବଂ ହେଡେନ ୱାଲଶ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
T20I Series In The Bag 👏 🏆
Smiles All Around 😊 😊#TeamIndia | #WIvIND pic.twitter.com/GsDf1x8J6I
— BCCI (@BCCI) August 7, 2022